STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଭେଟଘାଟ  ,,,,,,,,,,,,,,,,,

ଭେଟଘାଟ  ,,,,,,,,,,,,,,,,,

1 min
7


ବ୍ୟଥା ଓ ଦୂରତା ଦୂରେଇ 
ଆସିଛି ନୂଆଖାଇ 
ଟିକେ ହସ ଧାରେ ଖୁସି 
ଦେବା ନେବା ଭଉଣୀ ଭାଇ 
ମାଟି ମାଆ ବକ୍ଷେ ସୁନାର ଫସଲ 
ପ୍ରଥମ ଅମଳି ଏହି 
ରୋଷଘରେ ସତେ ଲଷ୍ମୀଙ୍କ ରାନ୍ଧଣା 
ପୀଠେ ସମଲେଇ ମହାମାୟୀ 
ଭିର୍ନ୍ନ ନାମେ ଭିର୍ନ୍ନ ବେଶରେ ଦେବୀ ମାଆ 
ବିରାଜ କରନ୍ତି ରହି 
ଏକରେ ଅନେକ ଅନେକରେ ଏକ ଦେବୀ
ଦେବୀ ସମଲେଶ୍ୱରୀ ମାଆ ତୁହି 
ତୋ ଚରଣ କିଙ୍କର ମଣିଷ ଛାର 
ବଡ଼ପଣେ ମାଆ ରହି 
ଭେଟଘାଟ ନାମେ ମିଳନ ମଧୁର 
ସଂସ୍କୃତି ପରମ୍ପରା ଦ୍ୱାହି 
ତୁ ମୁଁ ସେ ଏକାଠି ବସି ନବାହ୍ନ ପରଷି 
ପ୍ରସାଦ ପାଇବା ପାଇଁ 
ଦୂରଦୁରାନ୍ତରୁ ସାଙ୍ଗସାଥୀ ନେଇ ବନ୍ଧୁବାନ୍ଧବ 
ଆସିଛନ୍ତି ଏକତ୍ରିତ ହୋଇ 
ଏହାଠୁ ସୌଭାଗ୍ୟ କିବା ମହୀ ତଳେ 
ସମଲେଇ ସାକ୍ଷୀ ତୁହି 
ବିରାଜ କରିଛୁ ସମ୍ବଲପୁରରେ ସମଲେଶ୍ୱରୀ 
ପଶ୍ଚିମ ଓଡିଶା ଗଣପର୍ବ ଏହି


Rate this content
Log in

Similar oriya poem from Classics