STORYMIRROR

Priyabrata Mohanty

Inspirational Others

2  

Priyabrata Mohanty

Inspirational Others

ଭଦ୍ରମୁଖା

ଭଦ୍ରମୁଖା

1 min
172


ହାତରେ ଗଡ଼ାନ୍ତି ତୁଳସୀ ମାଳା

ଅନ୍ଧାର ଘରେ କରନ୍ତି ଲୀଳା

ଉପରେ ସୁନ୍ଦର ଭିତରେ କଳା

ମାଟି ଭିତର ର ବାରୁଦ ଗୋଳା ।।


ସ୍ୱାର୍ଥ ପାଇଁ ପାଦ ପାରନ୍ତି ଧରି

କାମ ସରିଗଲେ ଦିଅନ୍ତି ମାରି

ତୁଣ୍ଡେ ହରି ହରି ଅଣ୍ଟିରେ ଛୁରୀ

ରଙ୍ଗ ବଦଳାୟେ ଏଣ୍ଡୁଅ ପରି ।।


ସେବା ମନଭାଵ ହୃଦୟେ ରହୁ

ବୋଲୁଥାଏ ସଦା ମଙ୍ଗଳ ହେଉ

କଥା ଶରୁ ଶରୁ ମାରୁରେ ଗୁରୁ

ଅତି ମାରାତ୍ମକ ଜହର ଠାରୁ ।।


ଜାଣି ନ ପାରିଲେ ଲିଭିବ ଦୀପ

ମୁଖଟା ଧାରୀର ଅନେକ ରୂପ

ବିଷଧର ଏଯେ କାମୁଡ଼ା ସାପ

ଭଦ୍ରମୁଖା ସଇତାନର ବାପ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational