ଭଦ୍ରମୁଖା
ଭଦ୍ରମୁଖା


ହାତରେ ଗଡ଼ାନ୍ତି ତୁଳସୀ ମାଳା
ଅନ୍ଧାର ଘରେ କରନ୍ତି ଲୀଳା
ଉପରେ ସୁନ୍ଦର ଭିତରେ କଳା
ମାଟି ଭିତର ର ବାରୁଦ ଗୋଳା ।।
ସ୍ୱାର୍ଥ ପାଇଁ ପାଦ ପାରନ୍ତି ଧରି
କାମ ସରିଗଲେ ଦିଅନ୍ତି ମାରି
ତୁଣ୍ଡେ ହରି ହରି ଅଣ୍ଟିରେ ଛୁରୀ
ରଙ୍ଗ ବଦଳାୟେ ଏଣ୍ଡୁଅ ପରି ।।
ସେବା ମନଭାଵ ହୃଦୟେ ରହୁ
ବୋଲୁଥାଏ ସଦା ମଙ୍ଗଳ ହେଉ
କଥା ଶରୁ ଶରୁ ମାରୁରେ ଗୁରୁ
ଅତି ମାରାତ୍ମକ ଜହର ଠାରୁ ।।
ଜାଣି ନ ପାରିଲେ ଲିଭିବ ଦୀପ
ମୁଖଟା ଧାରୀର ଅନେକ ରୂପ
ବିଷଧର ଏଯେ କାମୁଡ଼ା ସାପ
ଭଦ୍ରମୁଖା ସଇତାନର ବାପ ।।