Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ୟାମ ତୋର କେତେ ନାମ

ଶ୍ୟାମ ତୋର କେତେ ନାମ

1 min
361



ନମଃ କୃଷ୍ଣ ବାସୁଦେବ ଦେବକୀନନ୍ଦନ

ନନ୍ଦର ନନ୍ଦନ ପ୍ରଭୂ ଯଶୋଦା ଜୀବନ l


ଶ୍ରୀଗୋପାଳ ଚୁଡ଼ାମଣି ଗୋକୁଳର ଚନ୍ଦ୍ର

ଗୋବିନ୍ଦନାମ ରଖିଲେ ଦେବରାଜ ଇନ୍ଦ୍ର l


ଗୋକୁଳ ରଖିଲ ଟେକି ଗୋବର୍ଦ୍ଧନ ଗିରି

ଇନ୍ଦ୍ର ବିବାଦେ ବହିଛ ନାମ ଗିରିଧାରୀ l


ପିତାମ୍ବରୀ ପାଟ କାଛେ ନାମ ପିତାମ୍ବର

ଦାମ ଉଦରେ ବହିଛ ନାମ ଦାମୋଦର l


ବୈକୁଣ୍ଠ ବିହାରୀ ଲାତେ ଶ୍ରୀବତ୍ସ ବ୍ରାହ୍ମଣ

ସନାତନ ନାମ ତୋର ଶ୍ରୀବତ୍ସ ଲାଂଛନ l


ପୁତ୍ର ଉପଚାରେ ଡାକି ଅଜାମିଳ ପାପୀ

ନମଃ ନାରାୟଣ ତାରୁ ମହା ମହାପାପୀ l


କୃଷ୍ଣନାମ ଉଚ୍ଚାରିଲେ ଖଣ୍ଡେ ପାପ ଯେତେ

ପାପୀ ନକରିପାରଇ କେବେ ପାପ ତେତେ l


ଧରାଭାର ଉଶ୍ବାସିଲ ହେ ଶ୍ୟାମ କଂସାରୀ

ମଧୁକୈଟ ଦୈତ୍ୟ ବଧି ମଧୁ କୈଟଭାରି l


ଗୋପିଙ୍କୁ ଅନାଥକରି ନାମ ଗୋପୀନାଥ

ଜଗତରେ ଡାକ ପଡ଼େ ନାମ ଜଗନ୍ନାଥ l


ଗୋପୀଙ୍କ ମନ୍ଦିରେ ପଶି ଛିଡ଼ାଇଲ ଶିକା

ମାଖନଚୋର ଗୋପିଙ୍କ ଚତୁରି ରାଧିକା l


ଭାରତ ଯୁଦ୍ଧେ ଚାଳିଲ ପାର୍ଥର ସ୍ୟନ୍ଦନ

ପାର୍ଥସାରଥୀ ପାର୍ଥକୁ ଦେଲ ଗୀତାଜ୍ଞାନ l


ଦ୍ରୁପଦନନ୍ଦିନୀ ଡାକେ ଆହେ ଆର୍ତ୍ତତ୍ରାଣ

ପାଣ୍ଡଵ ସଖା କେଶବ ଫେଡ଼ିଲ କଷଣ l


ସୁଦାମାର ସାଥେ ମୈତ୍ର ଯାମଳାଭଞ୍ଜନ

ଶକଟା ଭଞ୍ଜା ମୁରାରୀ ଦାରିଦ୍ର୍ୟ ଭଞ୍ଜନ l


ଜଗବନ୍ଧୁ ବନ୍ଧୁ ପଣେ ପଡ଼ା ମାଗି ଗଲ

ଗରବ ଗଞ୍ଜନ କେତେ ଗଞ୍ଜଣା ସହିଲ l


ଦ୍ଵାରକାକୁ ପଳାଇଲ ଜରାସନ୍ଧେ ଡରି

ରଣଛୋଡ଼ କପଟିଆ ପ୍ରଭୁ ଚକ୍ରଧାରୀ l


ଗୋପିଜନ ବଲ୍ଲଭାୟଃ ରୁକ୍ମିଣୀବଲ୍ଲଭ

ଅସଂଖ୍ୟନାମ ତୁମର କେ ଗଣି ପାରିବ l


ଅଣାକାର ନିରାକାର ସର୍ବକାର ଧାମ

ସର୍ବନାମ କାହୁଁ ବା ମୁଁ ଜାଣିବି ଅଧମ l


ମୁକୁନ୍ଦ, ମାଧବ, ଆଦିକନ୍ଦ, ଦୟାନିଧି

ଦୟା କର ବନମାଳୀ କରୁଣା ବାରିଧି ।


Rate this content
Log in

Similar oriya poem from Inspirational