ଭଦ୍ରମୁଖା
ଭଦ୍ରମୁଖା
ସୁନ୍ଦର ବଦନ ତଳେ ଲୁଚିଥାଏ
ମଣିଷର ଭଦ୍ରମୁଖା,
ଆଚାର ବ୍ୟବହାର, କର୍ମ ମଧ୍ୟରୁ
ମିଳିଥାଏ ତା'ର ଦେଖା,
ଯେତେ ଢାଙ୍କି ରଖିଲେ,
ଦିନେ ସେ ମୁଖାଟା ସର୍ବ ଦର୍ଶନୀୟ
ହୋଇଉଠେ ବେଳେବେଳେ,
ନାହିଁ ଏଥିରେ ସନ୍ଦେହ ତିଳେ ।
ଭଦ୍ରମୁଖା ପିନ୍ଧି ଲୋକ ଦେଖାଣିଆ
ତୁଣ୍ଡ ପେଟକୁ ଅଲଗା,
କରି ବିଭତ୍ସତା ରୂପ ମନ ମଧ୍ୟେ
ସାଇତେ ଯେଉଁ ଅଭାଗା
,
ନୁହେଁ ସେ ହିତାକାଂକ୍ଷୀ,
ସମାଜ ମଙ୍ଗଳ ସାଧନରେ କେବେ
ନଥାଏ ତାହାର ଆଖି,
ସେତ କାହା ଭଲେ ନୁହେଁ ସାଖି ।
ବାହାର ଭିତର ମୁଖଟି ଯାହାର
ଅଟଇଟି ସମଭାବ,
ସିଏ ସଭିଙ୍କଠୁ ଆଦର ସମ୍ମାନ
ନିଜ ଗୁଣେ କରେ ଲାଭ,
ଭଦ୍ରମୁଖା ଦେଖାଇ,
ତା'ର ଚତୁଃପାର୍ଶ୍ବ ସ୍ନେହ, ପ୍ରେମେ ବାନ୍ଧି
ଦିନ ସେଯେ କାଟୁଥାଇ,
ଆନ ମୁଖେ ହସ ଭରୁଥାଇ ।