STORYMIRROR

Geetanjali Prusty

Classics

4  

Geetanjali Prusty

Classics

ଭବ୍ୟ ଦୀପାବଳି

ଭବ୍ୟ ଦୀପାବଳି

1 min
361


ଜାଳିଦିଅ ପ୍ରଭୁ ପ୍ରେମର ପ୍ରଦୀପ

ମୋ ହୃଦୟ ମନ୍ଦିରରେ

ଶତ ଶୁଭେଚ୍ଛାର ଭାଷା ଫୁଟିଉଠୁ 

ଜୀବନର ସାତ ସୁରେ ll


ଚର୍ମ ଚକ୍ଷୁ ମୋର ଦୀପ୍ତିମନ୍ତ ହେଉ

ତୁମ ଲୀଳା ଖେଳା ଦେଖି

ଚିନ୍ତା ଚେତନାରେ ଚମକ ଖେଳାଇ

ତୁମ ଛବି ଦେବି ଆଙ୍କି ll


ଲକ୍ଷେ ଦୀପାଳିରେ ଆଶାର ଆଲୋକେ 

ଆଜ୍ଞାନ ତମସା ଫେଇ

ଉନ୍ମୁକ୍ତ କରୁଏ ମାନବ ପରାଣ

ନିବିଡ଼ ଆଶ୍ଳେଷ ନେଇ ll


ନବ୍ୟ ଚେତନାରେ ଏ ସାରା ସଂସାରେ

ଦୁଃଖ କଷ୍ଟ ଦୂର ହେଉ

ଅସତ୍ୟ ଉପରେ ସତ୍ୟର ବିଜୟ

ଏହି ମନ୍ତ୍ର ଶ୍ରେଷ୍ଠ ହେଉ ll


ଯୁଦ୍ଧ ବିଭୀଷିକା ହେଇଯାଉ ଦୂର

ଶାନ୍ତି ଫେରିଆସୁ ମର୍ତ୍ତ୍ୟେ

କେତେଯେ ପରାଣ ମାଟିର ଗର୍ଭରେ

ମିସିଲେଣି ନିମିଷକେ ll


ଘୋର ଦୁଃସମୟ ମାଡିଆସୁଅଛି

ମହା ବିପତ୍ତିର ଧାରା

ଉଦ୍ଧାର କର ହେ ଜଗତ ଠାକୁର 

ରକ୍ଷା ପାଉ ଏଇ ଧରା ll


ସବୁରି ଅନ୍ତରେ ଭରିଦିଅ ପ୍ରଭୁ

ମାନବୀୟ ମହାମନ୍ତ୍ର

ଭବ୍ୟ ଦୀପାବଳି ଏତିକି ଶିଖାଉ

ମନ କରି ଆଲୋକିତ ll


Rate this content
Log in

Similar oriya poem from Classics