ଭାତ ମାଛ
ଭାତ ମାଛ
ଜୀବନ ରଣଭୂମିର ମୈଦାନରେ କିଏ
ଭାତ ମାଛ ଖାଇ ତା'ର ଅବସାଦ
ମେଣ୍ଟାଉଥାଏ ତ ଆଉ କେହି
ସାମାନ୍ୟ ଭାତ ଲୁଣ ଟିକେ ପାଇଁ
ସଂଘର୍ଷର କଷାଘାତରେ ବଞ୍ଚି
ସଂଗ୍ରାମ କରୁଥାଏ ଏ ଦୁନିଆ ରଙ୍ଗମଞ୍ଚରେ।
ଭାତ ମାଛ ପରି ସୁଃଖ ଆଉ ଦୁଃଖ
ନିୟମିତ ଚାଲିଥାଏ ଅବିଶ୍ରାନ୍ତ ଗତିରେ
ଭ୍ରୁକ୍ଷେପ ନକରି ସମୟ ର ସ୍ରୋତ କୁ
ଏଇ ଜୀବନର ଖରାଛାଇ ଖେଳ ଭିତରେ।
ଜୀବନ ବାଜିର ଖେଳ ଭିତରେ
ଦୃଶ୍ୟମାନ ହୁଏ ବିଷାଦର ଛାୟା
କ୍ଷଣିକ ସୁଃଖ ପାଇଁ ଆଜି
ସବୁ ଲୋଭ ମୋହ ମାୟା
ସମୟର ଚକ୍ରବାକରେ ଘୂରି ଘୂରି
ମଣିଷ ଚାଲିଛି ଚାଲିଥିବ ଜୀବନର
ଶେଷ ଅଙ୍କ ସରିବାଯାଏ
ଭାତ ମାଛ ପରି ସଫେଦ
ଦେଖା ଯାଉଥବା ମାୟାର ବଳୟ ମଧ୍ୟରେ।
