ଭାରତ ଜନନୀ
ଭାରତ ଜନନୀ
ବିଶ୍ୱରେ ଭାରତ ଜନନୀ ପରି ଦେଶଟେ କାହିଁ ।
ବିଭେଦତା ମଧ୍ୟେ ଏକତା ଏଠି ବିରାଜୁ ଥାଇ ।।
ପାହାଡ ପର୍ବତ ପୂରିଛି ଯାର ଭୂଖଣ୍ଡ ଯାକ ।
ନଦ ନଦୀ ହ୍ରଦ କାନନ ଶୋଭା କରେ ବର୍ଦ୍ଧିତ ।।
ଦିଲ୍ଲୀ ରାଜଧାନୀ ଯାହାର ଅଟେ ହୃଦ ମନ୍ଦିର ।
ଶାସନର ଡୋରି ସେଠାରୁ ଟଣା ଅନ୍ୟ ପ୍ରାନ୍ତର ।।
ଚାରିଦିଗେ ଚାରି ମହନଗରୀ ଦଣ୍ଡାୟମାନ ।
ଶହଶହ ଗ୍ରାମ ସହର ଶୋଭା କରେ ବର୍ଦ୍ଧନ ।।
ଗଙ୍ଗା ଯମୁନା ଗୋଦାବରୀ ଆଦି ପବିତ୍ର ନଈ ।
ଶସ୍ୟ ଶ୍ୟାମଳା କରୁଛନ୍ତି ଯାର ଉର୍ବର ଭୂଇଁ ।।
ଚାରିଧାମ ଏଠି ବିରାଜେ କହେ ଅତୀତ କ୍ରୀର୍ତ୍ତୀ ।
ଆତ୍ମଜ୍ଞାନ ଏଠୁ ଉଦଭବ ଜ୍ଞାନ ମଧ୍ୟେ ଶ୍ରେଷ୍ଠଟି ।।
ଗୀତାଜ୍ଞାନ ଯେଉଁ ମାଟିରେ କୃଷ୍ଣ କରିପ୍ରକାଶ ।
ସ୍ତବ୍ଧ କରିଦେଲେ ପୃଥିବୀ ସହ ବାୟୁ ଆକାଶ ।।
ଭରତ ନାମରେ ରାଜନ ତାଙ୍କ ନାମାନୁସାରେ ।
ଭାରତର ନାମ କରଣ ହୋଇଅଛି ମହୀରେ ।।
କେତେ ବୀରବୀରା ଏଠାରେ ଜନ୍ମ କରି ଗ୍ରହଣ ।
ଦେଶ ମାତୃକାର ସେବାରେ ଜୀବନ ଉତ୍ସର୍ଗ୍ରୀଣ ।।
ଯେଉଁ ଦେଶେ ଥିଲେ ଜନମି ଆମ ଜାତିର ପିତା ।
ବିଶ୍ୱକୁ ଦେଇଯାଇଥିଲେ ଅଂହିସାର ବାରତା ।।
ଭାରତ ମାତାର ଚରଣ ସଦା ମୁଁ ବନ୍ଦୁଥିବି ।
ବିଶ୍ୱ ଦରବାରେ ତାହାର ଟେକ ଦିନେ ରଖିବି ।।
