STORYMIRROR

Mamatamanjari Das

Children

3  

Mamatamanjari Das

Children

ଭାରି ଭଲ ଲାଗେ

ଭାରି ଭଲ ଲାଗେ

1 min
248


ଭାରି ଭଲ ଲାଗେ ଛୁଆ ବେଳ ଖେଳ

ଭାରି ଭଲ ଲାଗେ ଆଖି ବୁଜିବା

ଭାରି ଭଲଲାଗେ ବୋହୁଚୋରି ଖେଳ

ଭାରି ଭଲଲାଗେ ଟିକେ ଲୁଚିବା ।


ଭାରି ଭଲଲାଗେ ଛୁଆବେଳେ ଯେବେ

ଅଝଟିଆ ହୁଏ ଖାଇବା ପାଇଁ

ବୁଲେଇ ବୁଲେଇ ବୋଉ ଖୋଇଦିଏ

ବାପାଙ୍କ ପାଖରୁ ଗାଳି ଶୁଣଇ।


ଭାରି ଭଲଲାଗେ ଛୁଆ ବେଳେ ଯେବେ

ଦୁଷ୍ଟ ମୁଁ ହୁଅଇ ଜେଜୀ ମା ଆସି ଗପ କହିବା

ରାଜା ରାଣୀ ଆଉ ପରୀ ଗପ କହି

ମାଆ ମୋ ମନକୁ ବୁଝାଇ ଦେବା ।


ଭାରି ଭଲ ଲାଗେ ଛୁଆ ବେଳେ ଯେବେ

ପାଠ ପଢୁ ପଢୁ ଘୁମେଇ ଯିବା

ବୋଉ ଆସିକରି ମୁହଁ ଧୋଇ ଦେଇ

ପାଠ ପଢିବାକୁ ଉସୁ କାଇବା ।


ଭାରି ଭଲ ଲାଗେ ଛୁଆ ବେଳେ ଯେବେ

ବଡି ଅନ୍ଧାରରୁ ସ୍କୁଲ ଯିବା

ପ୍ରଥମେ ପହଞ୍ଚି ବ୍ୟାଗ୍ ଥୋଇଦେଲେ

ଆଉ ନଥାଏ ମାଡ ଖାଇବା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children