STORYMIRROR

Suresh chandra Padhy

Children

3  

Suresh chandra Padhy

Children

ମା

ମା

1 min
154


ମୋ ମା ତୋ ବିନା କିଏ ବା ମୋହର 

ତୋ ବିନା ଦୁନିଆ ଲାଗେ ସାତ ପର

ତୁ ମତେ ଜନ୍ମ ଦେଲୁ ସଂସାର କୁ ଆଣିଲୁ

ମୋତେ ପାଳି ପୋଷି ମଣିଷ କଲୁ

ମୋ ପାଇଁ ସବୁ କିଛି ସହିଲୁ

ମା ମୋତେ ଜନ୍ମ ଦେଇ କେତେ

କଷ୍ଟ ତୁହି ସହି ଗଲୁ

ତୋ ପାଇଁ କିଛି କରି ନାହିଁ ମୁହିଁ

କେବେ କିଛି ତୋତେ ଦେଇ ନାହିଁ

ମା ତୋ ବିନା ମୋ ମନ ବୁଝେ ନାହିଁ

ତୋତେ ଛାଡି କେବେ ରହି ପାରୁ ନାହିଁ

ଏ ଦୁନିଆ ଟା ଏକା ଏକା ଲାଗୁ ଥାଏ

ତୋ ବିନା ଦୁନିଆ ଟା ଶୂନ୍ୟ ଦିସୁ ଥାଏ

ତୋ ଋଣ କେବେ ସୁଝି ହେବ ନାହିଁ

ଜନ୍ମେ ଜନ୍ମେ ତୁ ମୋ ମା ହେବୁ ମୋ ପାଇଁ

ତୋ ପାଦ ତଳେ ସବୁ ସୁଖ ମୋହର

ତୋ ପଣତ ରେ ହରି ନେଉ ସବୁ ଦୁଃଖ ମୋର

ମୋ ମା ଆଖି ଆଗରେ ମୋହର ତୁହି ରହିବୁ

କେବେ ମୋ ଠାରୁ ଦୂରେଇ ନ ଯିବୁ

ମା ନାମ ସତେ କେଡେ ନିଜର ଲାଗଇ

ମା ତୋ ବିନା କେହି ସାହା ଭରସା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children