STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ପାରିବନି ମନୁ ଭୁଲି

ପାରିବନି ମନୁ ଭୁଲି

1 min
128


ଆସ ଆସ ପ୍ରିୟ ଜନ

ବନ୍ଧୁ ପର୍ଯ୍ଯଟକ ଗଣ

ସ୍ବର୍ଣ୍ଣ ବେଳାଭୂମି ବୁକୁରେ ବୁଲିବା

କରିବା ଅଶ୍ଵାରୋହଣ ।


ଘୋଡା ଚଢା ମଜାଦାର 

ଲାଗିବ ରାଜକୁମାର

ସୁଲୁ ସୁଲୁ ବାଆ ବାଜିଲେ ଦେହରେ

ମନରେ ଖୁସି ଅପାର ।


ପୂରୁବା ପଡିଲା ନାଲି

କର ନାହିଁ ଆଉ ଡେରି

ଶୁଭ ପ୍ରଭାତରେ ସୂରୁଜ ଉଦୟ

ଦେଖ ଥରେ ମନ ଭରି ।


ମରତ ବୈକୁଣ୍ଠ ପୁରୀ

ସ୍ବର୍ଗ ସୁଖ ପଡେ ଝରି

ଉପଭୋଗ ମଜା ଚାଖିଥିଲେ ଥରେ

ମନୁ ପାରିବନି ଭୁଲି ।

 


Rate this content
Log in

Similar oriya poem from Inspirational