STORYMIRROR

Prahallad Sahoo

Classics Inspirational Children

3  

Prahallad Sahoo

Classics Inspirational Children

ସାଧନା

ସାଧନା

1 min
200


ସାଧନା ବଳେ ସର୍ବ ସିଦ୍ଧି 

ଜୀବନେ ଅଟେ ମୂଳ ବିଦ୍ଧି


ସାଧନା ବିନା ଏ ଜୀବନ 

ପ୍ରାଣ ଥାଇ ପଶୁ ସମାନ 


ସାଧନା ପଥ ନିଷ୍ଠାପର

ମନରେ ହେଜ ଜ୍ଞାନିବର


ସାଧନା ବଳେ ସଫଳତା 

ମିଳିବ ଥିଲେ ସଂଯମତା 


ସାଧନା ସହିତ ଉଦ୍ଦେଶ୍ଯ 

ମହତ କରିବ ଅଭ୍ୟାସ 


ସାଧନା ବଳେ ଅସମ୍ଭବ 

ସମ୍ଭବ ନିଶ୍ଚୟ ହୋଇବ


ସାଧନା ସଙ୍ଗେ ପରାକାଷ୍ଠା

ବିଫଳ ନ ହୁଏ ପ୍ରଚେଷ୍ଟା 


ସାଧନା ପଥେ ଅଗ୍ରସର 

ନିଶ୍ଚେ ପ୍ରାପ୍ତ ଈଶ୍ୱର ବର


ସାଧନାରେ ପ୍ରତିବନ୍ଧକ 

ଦୃଢ ହେଲେ ସର୍ବ ଲଭିବ 


ସାଧନା ମୂଳେ ପ୍ରଭୁକୃପା

ଅସାଧନ ମାର୍ଗ ଅମପା 


ସାଧନାରେ ମିଳେ ମୁକତି

ସତ୍କର୍ମେ ପ୍ରାପ୍ତ ସଦଗତି 


ସାଧନା ଦିଏ ଦିବ୍ଯ ଜ୍ଞାନ

ମନେ କର ପ୍ରଭୁ ଚିନ୍ତନ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics