STORYMIRROR

DEEPALI JENA

Children Stories

3  

DEEPALI JENA

Children Stories

ବୋଉ

ବୋଉ

1 min
159

ବୋଉଲୋ ତୁ କେଡେ ମିଛେଇ 

ତୋ ବୋଉ କଣ ତତେ ସତ କହିବା ସିଖେଇନି

ନା, ତୋ ବୋଉ ବି ଏମିତି ମିଛେଇ ଥିଲା ଯେ

ଏଇତ ହାଣ୍ଡିରୁ ସବୁ ପୋଛି ବାଢି ଦେଲୁ ସମସ୍ତଙ୍କ ପାଇଁ 

ପଚାରିଲେ କହୁଚୁ ତୋପାଇଁ ସାଇତି ରଖିଚୁ ବୋଲି 

ଦିନଯାକ ପରିଶ୍ରମ କରି ପଚାରିଲେ 

କହୁ ମତେ ଥକା ଲାଗେନା, 

ହେଲେ ଘରଟା ଓଳେଇ ଦେଲେ ମତେ ଯେ ଥକାଲାଗେ,

ତୋ ପାଖରେ କଣ ଏତେ ଶକ୍ତି

ରାତି ରାତି ଅନିଦ୍ରା ରହି ଆମ ସେବା କରୁ

ପୁଣି ସେଥିରେ ତୋ ଶାଶୁର ଗଞ୍ଜଣା ସହି

ଓଠରେ ଆମ ପାଇଁ ମେଞ୍ଚେ ହସରଖିଥଥାଉ

ଉପରୁ ଉପରୁ ପିଇ ତଳ ସବୁ ଆମକୁ 

ଖାଇବାକୁ ଦେଲାବେଳେ କଣ ଇଛା ହୁଏନି ତୋ ଭାଗପାଇଁ

ହେଲେ ଗୋଟେ ଚକୋଲେଟ୍ ରୁ

ମୁଁ କାହିଁକି ଭାଗ ମାଗେ ଭାଇକୁ ,

ବହୁ ଦିନରୁ ଲକ୍ଷ କରିଛି ତୋ ଚିରା ପଣତ ଆଡେ

ପଚାରିଲେ କହୁ ଭାଗେ ତୋର, ଭାଗେ ତୋ ଭାଇର

ଗୋଟାକ ପଣତ ଭାଇ ନଉ ପଛେ ,

ଚିରାପଣତ ତୋ ଦେଖିବାକୁ ଭଲ ଲାଗେନିଲୋ 


ତତେ ଦେଖି ବୋଉ ହବାକୁ ମୋ ଇଛା ଭାରି 

ମୁଁ କଣ ତୋ ଭଳି ହେଇ ପାରିବି 

ମୁଁ କଣ ମିଛ କହିପାରିବି ,ହେଲେ 

ତୁ ତ ମତେ ସତ କହିବା ଶିଖେଇଚୁ, 

ନା ନା ମୁଁ ତୋ ପରିକା ମିଛେଇ 

ବୋଉ କେବେ ହେଇପାରିବବିନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍