ବିଶ୍ବ ପରିବେଶ ଅନୁଚିନ୍ତା
ବିଶ୍ବ ପରିବେଶ ଅନୁଚିନ୍ତା
ପରିବେଶ ପରିମଳର ସୁରକ୍ଷା
ଯା ହୃଦେ ଜନମୀ ନାହିଁ
ଏ କଳି କାଳରେ ଦୁନିଆରେ
ତାକୁ ବଞ୍ଚିବାକୁ ସ୍ଥାନ ନାହିଁ
ବିଶ୍ବ ତାପନରେ ବଞ୍ଚିବାଟା କଷ୍ଟ
ବିନା ଅମ୍ଳଜାନେ ରହି
ଜଳ ବିନା ମାଛ ବଞ୍ଚିବ ଯେମିତି୍
ବଞ୍ଚୁଥାରେ ଜନ ତୁହି ।
ପରିବେଶ ଏବେ ଦୂଷିତ ହେଲାଣି
କଳ କାରଖାନା ଗଢି
ଗାଡି ମଟରରୁ ବାହାରୁଛି ଧୂଆଁ
ଗମ ଗମ ହୋଇ
ଗଛ ସବୁ ଏବେ ସଫା ହୋଇଲାଣି
ମଣିଷର ସ୍ୱାର୍ଥ ପାଇଁ
ରାସ୍ତା ଘାଟେ ଏବେ ଗଛ ଦିଶୁନାହିଁ
ଥକା ମାରିବାକୁ ଭାଇ
ଛଅ ଋତୁ ଏବେ ଅନୁଭୂତ ନୁହେଁ
ବର୍ଷସାରା ଗ୍ରୀଷ୍ମ ଋତୁ
ମୌସୁମୀ ଏବେ ସପନ ହେଲାଣି
ଆସିବ ଆସିବ ଭାବି
ବରଷା ତ ଏବେ ସ୍ୱଳ୍ପ ହେଉଅଛି
ସମୁଦ୍ରକୁ ଶଙ୍ଖେ ପରି
ଯାହା ବର୍ଷା ହୁଏ ଲଘୁଚାପ ଆସି
ଅବା ଝଡ଼ ବାତ୍ୟା ଆସି
ବାତ୍ୟା ରୋକିବାକୁ ଗଛ ନାହିଁ ଆଉ
ବନ୍ୟା ରୋକିବାକୁ ବନେ
ମହାମାରୀ ଏବେ ପ୍ରବଳ ହେଉଛି
ଅମ୍ଳଜାନ ଅଭାବରେ
ବରଫ ପାହାଡ଼ ତରଳି ଯାଉଛି
ସମୁଦ୍ର ଲଙ୍ଘିବ ବସତି
ଆଗାମୀ ଦିନରେ ଉପକୂଳ କେତେ
ଜଳମଗ୍ନ ହେବ ସତେ
ପରିବେଶବିତ ସତର୍କ କଲେଣି
ଗଛ ବୃଦ୍ଧି କରିବାକୁ
ଚେତା ପଶୁନାହିଁ କାହାରି ମନରେ
ବୃକ୍ଷ ରକ୍ଷା କରିବାକୁ
ପଶୁ ପକ୍ଷୀ ଏବେ ଲୋପ ପାଇଲେଣି
ଆହାର ବିହାର ଅଭାବେ
ଯେତେକ ଅଛନ୍ତି ଆଉ ପଶୁ ପକ୍ଷୀ
ଜନ ବସତି ମୁହାଁ
ମଣିଷ ସହିତ ମୁହାଁ ମୁହିଁ ହୋଇ
ମାରନ୍ତି ମରନ୍ତି ଅନେକ
ଆଗାମୀ ଦିନରେ ଖାଦ୍ୟ କି ଔଷଧ
ମିଳିବ ନାହିଁ ରେ ଭାଇ
ମାଟିତଳେ ଏବେ କମ ହେଲାଣି
ଜଳ ସ୍ଥର ନିମ୍ନଗାମୀ
ବର୍ଷା ଅଭାବରୁ ଗଛ ନ ଥିବାରୁ
ନଦୀ ନାଳ ଯାଏ ସୁଖୀ
ରାସାୟନିକ ପ୍ରୟୋଗ ବଢ଼ି ଗଲାଣି
ଫସଲ ଅମଳ ପାଇଁ
ଧୂଳି ଧୂଆଁ ସବୁ ବଢ଼ି ତ ଗଲାଣି
ବାୟୁ ମଣ୍ଡଳରେ ଭାଇ
ପେଟ୍ରୋଲିଅମ ବେଶୀ ବ୍ୟବହାର
ବିଶ୍ୱ ତାପନ ବଢାଏ
ପଲିଥିନ ଜରି ଧ୍ବଂସମୁଖୀ ଏବେ
ସାରା ସଂସାରକୁ ଧରି
ଗଛ ଲଗାଇଲେ ସୁରକ୍ଷିତ କଲେ
ବିଶ୍ୱ ବଂଚିବ ଭାଇ
ବିଶ୍ୱ ବଞ୍ଚିଲେ ଆମେ ବଂଚିବା
ଇତର ଜଗତ ଥାଇ
ଅଧମ ମଣିଷ ଏବେ ଖୋଜୁଅଛି
ଅନ୍ୟ କେତେ ପୃଥିବୀ
ସେଇଠି ରହିବ ସଂସାର ଗଢି
ପାଣି ପବନ ସୃଷ୍ଟି କରି
ବେଳ ଥାଉ ବାନ୍ଧି ବାଳକୁ ସମସ୍ତେ
ଲଗାଇବା ଆମେ ଗଛ
ପରିବେଶ କୁ ସନ୍ତୁଳିତ କରି
ହରଷେ ଚଳିବ ବିଶ୍ୱ ।
