STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଉଠିପଡ ଧନମଣୀ

ଉଠିପଡ ଧନମଣୀ

1 min
111


ରାତି ପାହିଲାଣି ସକାଳ ହେଲାଣି

ଉଠିପଡ ଧନମଣୀ

ଆଖିପତା ଖୋଲି ହସିବ ଏକ୍ଷଣି

ସୁନା ମାଆ ଡାକ ଶୁଣି ।


ଶୁଖିଲା ଦିଶୁଛି ସୁନାର ମୁହଁଟା

ପେଟ ବି ଗଲାଣି ପଶି

ଉଠିଲେ ଖାଇବ ଫଳ ଜଳଖିଆ 

ମୁହଁ ଧୋଇ ଦାନ୍ତଘସି ।


ସଜେଇ ରଖିଛି କଦଳୀ ପିଜୁଳି

ଚକୁଳି ପିଠା ମିଠାଇ 

ସୁନା ପୁଅ ମୋର ଖାଇକି ଖେଳିବ

ପାଣି ଆଉ କ୍ଷୀର ପିଇ ।


ବସିଛନ୍ତି ଆସି ଆମରି ଦୁଆରେ

ଆମ ସୁନା ସାଙ୍ଗସାଥୀ

କହିଛି ମୁଁ ତାଙ୍କୁ ରହିଥା ପିଲାଏ 

ଉଠିକି ସୁନା ଆସୁଛି ।


ପୁଷି ବିଲେଇଟା କରୁଛି ମିଆଁଉ

କାକପୋଇ କାଆକାଆ

ଉଠିଲେ ମୋ ସୁନା ହସିବ ଦୁନିଆ 

ଖୁସି ହେବ ତାର ମାଆ। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational