STORYMIRROR

Sarmistha Palai

Children

3  

Sarmistha Palai

Children

ଆଜିର ଶିଶୁ

ଆଜିର ଶିଶୁ

1 min
21

ମାଟି ପିଣ୍ଡୁଳାକୁ କୁମ୍ଭାର ଯେମିତି

 ହାତେ ତାର ଗଢି ଥାଇ।

ବାଲ୍ୟକାଳୁ ଶିଶୁଟିକୁ ମାତା ପିତା

 ସେପରି ଆକାର ଦେଇ।   


ଆଜିର ଶିଶୁଟି ଅଟଇ କାଲିର

 ଉଜ୍ୱଳିତ ଭବିଷ୍ୟତ।

ଶିକ୍ଷା ଦୀକ୍ଷା ସଂସ୍କାର ଭଲ ଦେଲେ

 ଜୀବନଟି ବିକଶିତ।   


ସୁକର୍ମ କୁକର୍ମ ଫଳଟି ଶିଶୁକୁ

 ଭଲ ଭାବେ ବୁଝାଇଲେ।

ଜୀବନ ପଥରେ ଯିବନି କେବେ ବି

 ଦିନେ ହେଲେ ଅବାଟରେ।   


ଐଶ୍ୱରୀୟ ଚିନ୍ତା ଚେତନା ଭାବନା

 ହୃଦେ ତାର ଜଗାଇଲେ।

ଧର୍ମକୁ ଅବଜ୍ଞା କରିବ ନାହିଁ ସେ 

 କେବେବି ଜୀବନେ ହେଲେ।   


ପାଣି ଖତ ଦେଇ ଯେମିତି ଚାରାକୁ

 ଗଛ କରି ବଢାଆନ୍ତି।

ଆଚାର ବ୍ୟବହାର ପ୍ରଦାନ କଲେ

 ସୁମଣିଷ ହୋଇଥାନ୍ତି।   


ଛନ୍ଦ କପଟ ତ ନଥାଏ ଶିଶୁଙ୍କ

 ଟିକେ ହେଲେ ମନ ମଧ୍ୟେ ।

ତାଙ୍କ ମାନସରେ ନ'ଦିଅ କେବେବି

 ଏ ସବୁକୁ ତ ବାଧ୍ୟେ ।   


ଯେମିତିକା ପରିବେଶରୁ ଶିଶୁଟି

 ଧୀରେ ଧୀରେ ବଡ଼ ହେବ।

ସେହି ପରି ତାର ଜୀବନ ନାବ ଟି

 ତା ମଧ୍ୟରେ ଭାଷୁ ଥିବ।   


କୁସଂସ୍କାର ଅନ୍ଧ ବିଶ୍ୱାସର ଠାରୁ

 ତାକୁ ତ ଦୂରାଇ ରଖ।

ଧ୍ୟାନ ଦେବ କେବେ ଅଶ୍ଲୀଳ ଭାଷା

 ନ'ମାଡ଼େ ତାହାର ପାଖ।   


ଆଜିର ଶିଶୁକୁ ସ୍ନେହ ମମତାରେ

 ଗଢିଲେ ଆଦର ଦେଇ।

ଭଲ ନାଗରିକ ହୋଇବ ସେ' ପରା

 ଦେଶ ମାତୃକାର ଯାଇ।   

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children