ସନ୍ଧ୍ୟା
ସନ୍ଧ୍ୟା
ସନ୍ଧ୍ୟା ଗୋ ତୁମେ ଆସୁଅଛ ନଇ ନଇ
ତୁମେ ଆସିଗଲେ ସବୁ କଷ୍ଟ ଯାଉଛି ଦୂରେଇ
ସନ୍ଧ୍ୟା ତୁମେ ଆସୁଅଛ ରଜନୀ ରାଣୀକୁ ନେଇ
ତୁମେ ଆସି ଗଲେ ମଲ୍ଲୀ ଫୁଲ ଦିଏ ମହକେଇ
ସନ୍ଧ୍ୟା ଆସିଲେ ଆକାଶ ରେ ତାରା ଚିକ୍ ଚିକ୍ କରଇ
ଗୋଧୂଳି ବେଳାରେ କୃଷକ ବି କ୍ଷେତରୁ ଲେଉଟଇ
ସୁନୀଲ ଆକାଶରେ ବିହଙ୍ଗ ଉଡି ନୀଡକୁ ଆସଇ
ସନ୍ଧ୍ୟାର ବେଳାରେ କର୍ମ ସାରି ଜୀବ ବିଶ୍ରାମ ଖୋଜଇ
ସନ୍ଧ୍ୟା ଆସି ଗଲେ ମନ୍ଦିରରେ ଘଣ୍ଟ ଘଣ୍ଟି ବାଜି ଉଠଇ
ଘରେ ଘରେ ଶୁଭ ଶଙ୍ଖ ଶୁଭେ ମଙ୍ଗଲ ଦୀପ ଜଳଇ
ସନ୍ଧ୍ୟା ତୁମେ ଆସୁଅଛ ଭ୍ରମଣ ବେଳକୁ ସାଥେ ନେଇ
ସନ୍ଧ୍ୟା ତୁମେ ଆସୁଥାଅ ସୁଖ ଶାନ୍ତି ପ୍ରେମ ହୋଇ
