STORYMIRROR

Suresh chandra Padhy

Children

3  

Suresh chandra Padhy

Children

ସନ୍ଧ୍ୟା

ସନ୍ଧ୍ୟା

1 min
113

ସନ୍ଧ୍ୟା ଗୋ ତୁମେ ଆସୁଅଛ ନଇ ନଇ

ତୁମେ ଆସିଗଲେ ସବୁ କଷ୍ଟ ଯାଉଛି ଦୂରେଇ

ସନ୍ଧ୍ୟା ତୁମେ ଆସୁଅଛ ରଜନୀ ରାଣୀକୁ ନେଇ

ତୁମେ ଆସି ଗଲେ ମଲ୍ଲୀ ଫୁଲ ଦିଏ ମହକେଇ

ସନ୍ଧ୍ୟା ଆସିଲେ ଆକାଶ ରେ ତାରା ଚିକ୍ ଚିକ୍ କରଇ 

ଗୋଧୂଳି ବେଳାରେ କୃଷକ ବି କ୍ଷେତରୁ ଲେଉଟଇ

ସୁନୀଲ ଆକାଶରେ ବିହଙ୍ଗ ଉଡି ନୀଡକୁ ଆସଇ

ସନ୍ଧ୍ୟାର ବେଳାରେ କର୍ମ ସାରି ଜୀବ ବିଶ୍ରାମ ଖୋଜଇ

ସନ୍ଧ୍ୟା ଆସି ଗଲେ ମନ୍ଦିରରେ ଘଣ୍ଟ ଘଣ୍ଟି ବାଜି ଉଠଇ

ଘରେ ଘରେ ଶୁଭ ଶଙ୍ଖ ଶୁଭେ ମଙ୍ଗଲ ଦୀପ ଜଳଇ

ସନ୍ଧ୍ୟା ତୁମେ ଆସୁଅଛ ଭ୍ରମଣ ବେଳକୁ ସାଥେ ନେଇ

ସନ୍ଧ୍ୟା ତୁମେ ଆସୁଥାଅ ସୁଖ ଶାନ୍ତି ପ୍ରେମ ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children