STORYMIRROR

Dambaru Gouda

Children

3  

Dambaru Gouda

Children

ଟିକି ତାରା

ଟିକି ତାରା

1 min
185

ଟିକି ତାରା ଟି ହସେ ଆକାଶେ

ସାଥି ତାରାଙ୍କ ମେଳେ

ଯେମିତି ହସେ ଟିକି ଶିଶୁଟି 

ବସି ତା ମା କୋଳେ ।


ଟିକି ନଈଟି ଯାଏ ରେ ବହି

କୂଳୁ କୂଳୁ ଗୀତ ଗାଇ

ନାଉରି ଭାଇ ତାହାରି ଉପରେ

ଦିଏ ତା ନାଆ ବାହି ।


ଟିକି ଫୁଲଟି ଅଳପ ହସି

ସକାଳେ ଯାଏ ଫୁଟି

ହସି ଉଠଇ ବଗିଚା ସାରା

ମହକ ଯାଏ ଛୁଟି


ଟିକି ଗଛଟି ମାଟିରୁ ଉଠି

କହେ ମୋ କଥା ଶୁଣ 

ଆଜି ମୁଁ ସିନା ହୋଇଛି ଟିକି

କାଲି ବଡ଼ ମୁଁ ହେବି ଜାଣ

ଟିକି ବଲିକା ମନରେ କେବେ

ଭାବିବ ନାହିଁ ସାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children