STORYMIRROR

Dambaru Gouda

Children

3  

Dambaru Gouda

Children

ଟିକି ତାରା

ଟିକି ତାରା

1 min
184

ଟିକି ତାରା ଟି ହସେ ଆକାଶେ

ସାଥି ତାରାଙ୍କ ମେଳେ

ଯେମିତି ହସେ ଟିକି ଶିଶୁଟି 

ବସି ତା ମା କୋଳେ ।


ଟିକି ନଈଟି ଯାଏ ରେ ବହି

କୂଳୁ କୂଳୁ ଗୀତ ଗାଇ

ନାଉରି ଭାଇ ତାହାରି ଉପରେ

ଦିଏ ତା ନାଆ ବାହି ।


ଟିକି ଫୁଲଟି ଅଳପ ହସି

ସକାଳେ ଯାଏ ଫୁଟି

ହସି ଉଠଇ ବଗିଚା ସାରା

ମହକ ଯାଏ ଛୁଟି


ଟିକି ଗଛଟି ମାଟିରୁ ଉଠି

କହେ ମୋ କଥା ଶୁଣ 

ଆଜି ମୁଁ ସିନା ହୋଇଛି ଟିକି

କାଲି ବଡ଼ ମୁଁ ହେବି ଜାଣ

ଟିକି ବଲିକା ମନରେ କେବେ

ଭାବିବ ନାହିଁ ସାନ ।


Rate this content
Log in

Similar oriya poem from Children