STORYMIRROR

Suresh chandra Padhy

Children

3  

Suresh chandra Padhy

Children

ମୋ ଭାଇ ତୁହି

ମୋ ଭାଇ ତୁହି

1 min
194

ଭାଇ ତୋ ପରି କିଏ ହେବ 

   ରାଗି ରୁଷି ଗଲେ ବୁଝେଇ ଦେବ

ଭାଇ ପରି କିଏ ଭଲ ହେବ ନାହିଁ

   ଯିଏ ସୁଖେ ଦୁଃଖେ ପାଖେ ଥାଇ

ଭାଇ ତୋ ବିନା ମନ କିଏ ବୁଝିବ

    ଯିଏ ସବୁ ଆଣି ପାଖେ ଦେବ

ଭାଇ ଏକା ସାହା ଦୁନିଆରେ ହେବ

    ଯେବେ ବିପତ୍ତିରେ ପାଖେ ଆସିବ

ଭାଇ କେବେ ଛାଡି ଯିବୁ ନାହିଁ

    ତୋ ବିନା ଆଉ ରହି ହୁଏ ନାହିଁ

ଭାଇ ତୋ ପାଇଁ ଶୁଭ ମନାସିବି

    ତୋ ଖୁସି ଦେଖି ନିଜେ ହସିବି

ମୋ ଆଖିରେ ଲୁହ କେବେ ଦେବୁନି

   ତୋ ବିନା ସଂସାର ଭଲ ଲାଗୁନି

ଭାଇ କେବେ ପର କରି ବୁନି ମୋତେ

   ତୋ ବିନା କେମିତି ରହିବି ସତେ

ଭାଇ ତୁହି ଏକା ମୋହର ନିଜର

   ରକ୍ତ ସମ୍ପର୍କ ଅଛି ତୋ ସାଥେ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children