STORYMIRROR

Chittaranjan Nanda

Inspirational Children

3  

Chittaranjan Nanda

Inspirational Children

ହେ ରାଣା ପ୍ରତାପ

ହେ ରାଣା ପ୍ରତାପ

1 min
14

ଜନ୍ମିଲ ଭାରତ ବର୍ଷେ 

ରାଜସ୍ଥାନ ପ୍ରଦେଶେ 

ଜନମ ଜ୍ୟେଷ୍ଠ ଶୁକ୍ଳ ତୃତୀୟା ରବିବାରେ 

ପନ୍ଦର ଶତ ଚାଳସି ମଇ ନଅ ତାରିଖରେ |


ମହାରାଣୀ ଜୟବନ୍ତୀ ବାଇ ତୁମ ମାତା 

ମହାରାଜା ଉଦୟ ସିଂ ତ ତୁମର ପିତା |


ମୋଗଲ ବିରୋଧେ କରି ସଂଗ୍ରାମ 

ଦେଖାଇଲ ତୁମର ସିଂହ ପରାକ୍ରମ 


ଏକା ଏକାଅଶି ହଜାର ସୈନ୍ୟ ସମ୍ମୁଖରେ 

ଯୁଦ୍ଧ କରି ତୁମେ ନାମ ରଚିଗଲ ଇତିହାସରେ |


ଇତିହାସେ ଲିପିବଦ୍ଧ ହୋଇ ରହିଛି ତୁମର ନାମ 

ସମ୍ମୁଖ ଯୁଦ୍ଧରେ ଦେଖାଇଲ ତୁମେ ସିଂହ ପରାକ୍ରମ

ବୀରପୁତ୍ର ବୋଲି ଭାରତ ମା କୋଳେ ରଚିଲ ନାମ |


ପନ୍ଦର ଶତ ସତାନବେ ଜାନୁୟାରୀ ଉନବିଂଶେ 

ଛାଡିଲ ସଂସାରୁ ଶେଷ ନିଃଶ୍ୱାସ ଭାରତ ବର୍ଷେ |


ହେ ବୀର ରାଣା ପ୍ରତାପ ଆଜି ତୁମ ଜୟନ୍ତୀରେ

ଜଣାଏ ପ୍ରଣତି ଆଜି ମୁଁ ତୁମ ପାଦ କମଳରେ |



Rate this content
Log in

Similar oriya poem from Inspirational