ଭାରି ଭଲ ଲାଗେ ତୁମ ମିଠା ଅନୁଭବ
ଭାରି ଭଲ ଲାଗେ ତୁମ ମିଠା ଅନୁଭବ
ତୁମ ସଙ୍ଗେ ମୋ ଜୀବନ କେତେ ପ୍ରୀତି ଭିଜା
ଭାରି ମିଠା ଲାଗେ ସତେ ତୁମ ଥଟ୍ଟା ମଜା !
ମୁହଁକୁ ଫୁଲାଏ ଯେବେ ଅଭିମାନେ କେବେ
ମଜାଳିଆ କଥା କହି ତୋଷିଥାଅ ତେବେ ।
ସେ ବଚନେ ଥାଏ କେତେ ଆପଣାର ଭାବ
ତୋଳି ଦିଏ ତନୁ ମନେ ମିଠା ଅନୁଭବ ।
ଧସେଇ ବି ପଶେ ନାହିଁ ଦୁଃଖ ମନ ତଳେ
ଉଛୁଳୁଥାଏ ସର୍ବଦା ଖୁସିର କଲ୍ଲୋଳେ ।
ସମ୍ପର୍କେ ନଥାଏ କେବେ ଫାଟ କି ପ୍ରଲେପ
ଆଲୋକ ବିତରି ସତେ ଦୁହେଁ ଦୁଇ ଦୀପ ।
ସାଥୀ ହୋଇ ଚାଲିବାକୁ ନେଇଛେ ଶପଥ
ଥଟ୍ଟା ମଜା ନଥିଲେ କି ଗଡୁଥାନ୍ତା ରଥ ?