STORYMIRROR

Mr.Siddheswar Behera

Abstract Romance

3  

Mr.Siddheswar Behera

Abstract Romance

ଭାରି ଭଲ ଲାଗେ ମୋତେ

ଭାରି ଭଲ ଲାଗେ ମୋତେ

1 min
264


ଭାରି ଭଲ ଲାଗେ ମୋତେ ଯେବେ 

ମୋ ସଙ୍ଗେ ତୁ ହେଉ କଥା ।

ସେ ଦିନ ଭଲରେ ମୋ ବିତଇ

ଯେଉଁ ଦିନ ତୋ ସଙ୍ଗେ ମୋ ହୁଏ ଦେଖା ।।


ଭାରି ଭଲ ଲାଗେ ମୋତେ ଯେବେ 

ମୋ ଦୁଃଖରେ ତୁ ହେଉ ଦୁଃଖୀ ।

ମନରେ ମୋ ହସ ଫୁଟଇ

ମୋ ସୁଖରେ ତୁ ହେଲେ ସୁଖୀ ।।


ଭାରି ଭଲ ଲାଗେ ମୋତେ ତୋ

ମୋ ସାଇକେଲରେ ବସି ସ୍କୁଲକୁ ଯିବା ।

ଖାଇବା ଛୁଟିରେ ଦୁହେଁ ମିଶି 

ନେଇଥିବା ଟିଫିନ ବାଣ୍ଟି ଖାଇବା ।।


ଭାରି ଭଲ ଲାଗେ ମୋତେ ତୋ

ପାର୍ଥନା ସଭାରେ ପାର୍ଥନା ଗାଇବା ।

ଯୋଗ ସଭାର ସେ ଓଁକାର ଶବ୍ଦ 

ଜାତୀୟ ଦିବସରେ ଭାଷଣ ଦେବା ।।


ଭାରି ଭଲ ଲାଗେ ମୋତେ ଶ୍ରେଣୀରେ

ଯେବେ ତୁ ବସିଥାଉ ମୋ ପାଖେ ।

ଆସୁନଥିବା ପ୍ରଶ୍ନର ଉତ୍ତରକୁ 

ତୋ ଖାତାରୁ ମୁଁ ଟିପି ଲେଖେ ।।


ଭାରି ଭଲ ଲାଗେ ମୋତେ ଯେବେ ଶ୍ରେଣୀରେ 

ତୁ ସାରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଉ ।

ବିଦ୍ୟାଳୟ ପ୍ରତିଯୋଗିତା ଗୁଡିକରେ 

ଭାଗ ନେଇ ପୁରସ୍କୃତ ହେଉ ।।


ଭାରି ଭଲ ଲାଗେ ମୋତେ ଯେବେ ପୂଜାରେ

ସ୍କୁଲ ଅଗଣାରେ ପକାଉ ତୁ ଝୋଟି ।

ବଢି ଭୋରୁ ଉଠି ଫୁଲ ତୋଳି 

ସୁନ୍ଦର ଫୁଲମାଳ ଆଣିଥାଉ ଗୁନ୍ଥି ।।


ଭାରି ଭଲ ଲାଗେ ମୋତେ ଯେବେ 

ସାର ପ୍ରଶଂସା କରନ୍ତି ତୋର ।

ପୁଣି ବିଦ୍ୟାଳୟରେ ଡେରି ହେଲେ

ଛାଡିଦେବାକୁ ଯାଏ ମୁଁ ତୁମ ଘର ।। 


ଭାରି ଭଲ ଲାଗେ ମୋତେ ଯେବେ 

ମୋ କୃତିତ୍ଵ ପାଇଁ ତୁ ମାରିଥାଉ ତାଳି ।

କାହା ସଙ୍ଗେ ଯଦି ମୋର ହୁଏ ଝଗଡା

ମୋ ସପକ୍ଷ ନେଇ ତା ସଙ୍ଗେ ତୁ କଲେ କଳି ।।


ଭାରି ଭଲ ଲାଗେ ମୋତେ ଯେବେ 

ତୋ ପାଇଁ କିଛି କରିବାକୁ ସୁଯୋଗ ମିଳେ ।

ପଡୁ ପଛେ ଯେତେ କଷ୍ଟ ନା କାହିଁକି 

ସେ କାମ କରିବାକୁ ମନ ମୋର ବଳେ ।।




Rate this content
Log in

Similar oriya poem from Abstract