STORYMIRROR

Sukanti Mohanty

Abstract

4  

Sukanti Mohanty

Abstract

ଭାଇଚାରା ର ପର୍ବ ହୋଲି

ଭାଇଚାରା ର ପର୍ବ ହୋଲି

1 min
288


ରଙ୍ଗ ପସରାକୁ ମୁଣ୍ଡେଇ ମୁଣ୍ଡରେ

   ଆସିଛି ପରବ ହୋଲି

ଜାତି ଜାତି ରଙ୍ଗ ସଜାଡ଼ି ଆଣିଛି

   ଦେହରେ ବୋଳିବ ବୋଲି।

ଭାବ ଦିଆ ନିଆ ଭାବ ବିନୋଦିଆ

    ଭାବରେ ବାନ୍ଧିବ ବନ୍ଧୁ

ବନ୍ଧୁ ମହାନ୍ତିକୁ ଭାବେ ଯାଚି ଦେଲା

( ସେ ତ )ଭାବରେ କରୁଣା ସିନ୍ଧୁ ।

ଭାଇଚାରା ଭାବ ଆଣିବା ପାଇଁ କି

    ପିଚକାରୀ ଧରି ହାତେ

ହୋଲି ଖେଳୁଥିଲେ ନନ୍ଦରାଜା ସୁତ

   ରାଧିକା ମାଇଁର ସାଥେ।

ଗୋପ ବାଳିକାଏ ଫଗୁ ଧରି ହାତେ

    ପୂଜିଲେ କଳା କହ୍ନେଇ

ଫଗୁ ଭରିଦିଏ ସ୍ନେହ, ପ୍ରୀତି ଶାନ୍ତି

   ହୃଦୟ ଭିତରେ ଯାଇ।

ଫଗୁଣରେ ଆସି ଫଗୁ ବୁଣିଦିଏ

   ମଳୟ ମହକ ମଞ୍ଜି 

ଫଗୁ ଭୁଲିଯାଏ ଶତୃତାର ଭାବ

   ପ୍ରାଣରେ ପୁଲକ ଖଞ୍ଜି ।

ଫଗୁରେ ରହିଛି କି ମୋହିନୀ ମନ୍ତ୍ର

    ପରକୁ ଆପଣା କରେ

ଭାତୃତ୍ଵର ଭାବ ଭାବନାରେ ବୁଡ଼ି

   ମନରେ ଆନନ୍ଦ ଭରେ।

ହେ ମଙ୍ଗଳମୟ! ହେ ରାଧା ମାଧବ!

   ଢାଳ ଆଶିଷର ଧାରା

ପ୍ରେମ,ପ୍ରୀତି, ଭାବ ଉଦ୍ରେକ କର

    ହସୁ ଏ ସଂସାର ସାରା ।







Rate this content
Log in

Similar oriya poem from Abstract