STORYMIRROR

Suresh chandra Padhy

Classics Children

4  

Suresh chandra Padhy

Classics Children

ଭାଇ ପରି କିଏ ହେବ

ଭାଇ ପରି କିଏ ହେବ

1 min
187


ଭାଇ ପରି କିଏ ହେବ ମୋର

ଯିଏ ବୁଝି ପାରିବ ମୋ ଅନ୍ତର

ଭାଇ ତୁହି ଥିଲେ ପାଖେ ମୋର

ନ ଥିବ ଆଉ କାହାକୁ ମୋ ଡର

ଦୁନିଆ ରେ ଭାଇ ପରି କିଏ ନାହିଁ

ଭାଇ ସାହା ହୋଇବ ମୋ ପାଇଁ

ଭାଇ ଭାଇ ସମ୍ପର୍କ ପୁରାଣରେ ଅଛି

ଭରତଙ୍କ ଭାତୃ ଭକ୍ତି ଜଗତ ଜାଣିଛି

ରାମ ସାଥେ ଲକ୍ଷ୍ମଣ ବଣକୁ ଗଲେ

ଭାଇ ପାଇଁ ସେହି ତ ସବୁ ଛାଡିଲେ

ଦୌପଦୀ କୃଷ୍ଣ ଙ୍କୁ ଭାଇ କରି ନେଲେ

କୁରୁ ସଭା ରେ ଭାଇ ଠୁ କୋଟି ବସ୍ତ୍ର

ପାଇଲେ

ଜଗା ବଳିଆ କୁ ଆସ ଶ୍ରୀ ମନ୍ଦିରେ ଦେଖିବା

ରଥ ରେ ବସାଇ ନିଅନ୍ତି ଲକ୍ଷ୍ମୀ ଙ୍କୁ କରନ୍ତି ଏକା

ଭାଇ ଭାଇ ହୋଇ ଆମେ ସମସ୍ତେ ରହିବା

ଆମେ ଭାରତୀୟ ହୋଇ ଏକତା ଭାବ ରଖିବା।


Rate this content
Log in

Similar oriya poem from Classics