ଭାବରେ ଭଗବାନ
ଭାବରେ ଭଗବାନ
ତୁହି ଭାବଗ୍ରାହୀ ଭାବ ଈଶ୍ୱର
ଅଛୁ ତୁ ଭାବେ ବନ୍ଧା
ତୁହି ନିରାକାର ନାହିଁ ଆକାର
ଭକ୍ତିରେ ଅଛୁ ଛନ୍ଦା ।
ତୁହି ଭାବଗ୍ରାହୀ......
ଲକ୍ଷ୍ମୀ ଠାକୁରାଣୀ ବିଶ୍ବ ଜନନୀ
କାହିଁ ପାରିଲେ ଛନ୍ଦି
ଡ଼ାକ ଶୁଣନ୍ତି ଅନାଦି ଅନନ୍ତ
ଥାନ୍ତି ଭକ୍ତରେ ବାନ୍ଧି ।
ତୁହି ଭାବଗ୍ରାହୀ......
ତୁହି ନନ୍ଦିଘୋଷେ ବସି କାଳିଆ
ଦେଉ ଦର୍ଶନ ଭକ୍ତେ
ରଖୁ ବଚନ ପ୍ରଭୁ ଜଗନ୍ନାଥ
ମାଉସୀ ମା ନିମନ୍ତେ ।
ତୁହି ଭାବଗ୍ରାହୀ......
ଧନ ସମ୍ପଦ ତୁ ଚକାନୟନ
ସର୍ବଶ୍ବ ଏ ଜୀବନେ
ମୂଲ୍ୟ ନାହିଟି ନଐସ୍ବ ପଦାର୍ଥ
ସବୁ ବୃଥା ଭୂବନେ ।
ତୁହି ଭାବଗ୍ରାହୀ........
ଭକ୍ତି ରଖେ ଭକ୍ତ ପ୍ରାପ୍ତି ବୈକୁଣ୍ଠ
ଭାବର ଭଗବାନ
ପ୍ରେମଶ୍ରଦ୍ଧା ପ୍ରୀତି ପରା ଚରଣେ
ମନ ସଦା ଉଚ୍ଛନ୍ନ ।
ତୁହି ଭାବଗ୍ରାହୀ.........
ଛାଡ଼ିବ ଆତ୍ମା ଏ ପିଣ୍ଡ କୁ ଦିନେ
ଜାଣିବେ ନାହିଁ ଜନ
ପ୍ରେମ ଓ ଭକ୍ତିରେ ବୈକୁଣ୍ଠେ ସ୍ଥାନ
ମିଳେ ଶ୍ରଦ୍ଦାରୁ ଜ୍ଞାନ ।
ତୁହି ଭାବଗ୍ରାହୀ.........
ବହୁମୂଲ୍ୟ ଟି ନୈବେଦ୍ୟ ନୁହେଁ
ମୂଲ୍ୟ ନିସ୍ବାର୍ଥ ଭକ୍ତି
ଭକତି ଭାବରେ ପ୍ରଭୁ ଦର୍ଶନ
ହୁଏ କାଳିଆ ପ୍ରାପ୍ତି
ତୁହି ଭାବଗ୍ରାହୀ............।।
