ଭାବରେ ଭଗବାନ
ଭାବରେ ଭଗବାନ
ଦେଖ ନୀଳ ଚକ୍ରେ ଉଡେ ନାଲିଆ ନେତ
ଭାବ ଭକ୍ତିରେ କରିଦେ ତୁ ପ୍ରଣୀ ପାତ l
ବିଶ୍ୱ ଦେବତା ଆମ ବିଶ୍ୱ ଠାକୁର
ଆମ ଗର୍ବ ଗଉରବ ଶିରୀ ମନ୍ଦିର l
କେହି ରହେ ନାହିଁ ଏଠି ଭୋକିଲା ଜଣେ
ବଡ଼ ଦେଉଳେ ବସିଛି ସେ ଦାତା ପଣେ l
ଏମିତି ଠାକୁର ସେତ ଭାବଭୋଳିଆ
ଭକତକୁ ଯାଚି ଦିଏ ଭୋଗ ଥାଳିଆ l
ବାର ମାସେ ତେର ଲୀଳା ଲଗାଇ ଥାଏ
ଭକତ ଭାବରେ ବନ୍ଧା ସେ ପଡି ଯାଏ l
ଭକତର ଗାଳି ସହେ କାନକୁ ଡେରି
ହେଲେ ସହି ବନି ସେତଗର୍ଵ କାହାରି l
ଗରବ ଗଞ୍ଜନ ବାନା ଅଛି ଉଡ଼lଇ
ମୁଁ ର ଗରବ ତୋର ଦେବ ଛଡାଇ l
ଭାବ ର ଡୋରିରେ ତାକୁ ପାରିବୁ ବାନ୍ଧି
ଭାବ ବିନା ପାଇ ବୁନି ତୁ କାନ୍ଦି କାନ୍ଦି l
ସମର୍ପିତ ହୋଇ ଯାଆ ଚରଣେ ତାର
କୂଳେ ଲଗାଇ ଦେବ ସେ ନାଵ ତୋହର l
ଧେନୁ ପଛେ ବଚ୍ଛା ଗମେ କ୍ଷୀର ଲୋଭେ
ଭକତ ପଛରେ ଜଗା ଥାଏ ସେହି ଭାବେ l
ଭକତ ଭାବରେ ବନ୍ଧା ଭକତ ତା ପ୍ରାଣ
ଭକ୍ତ ଦୁଃଖେ ହୃଦୟ ତା ହୁଏ ବିଦାରଣ l
ଚକ୍ର ଫେସି ନକ୍ର ନାଶି ଗଜ ଉଦ୍ଧାରଣ
ଘୋର ବନେ ଫେଡ଼ି ଥିଲା ମୃଗୁଣୀ କଷଣ l
ତା ପରି ଠାକୁର ଆଉ ଜଗତରେ ନାହିଁ
ଆମ ଗର୍ବ ଗଉରବ ସେ କଳା ଗୋସେଇଁ l
ଆମ ଗର୍ବ ଗଉରବ ନୀଳ ଚକ୍ର ବାନା
ଶ୍ରୀ ମନ୍ଦିରେ ବସି ଅଛି ମୋ କାଳିଆ ସୁନା l
ଚାଲୁଣି ପରାୟେ ତାର ଭାଲୁଣିଆ ଆଖି
ଆମ ପାପ ପୂର୍ଣ୍ଣ୍ୟ ର ସେହି ଏକା ସାକ୍ଷୀ l
ହେ ବିଶ୍ୱ ଠାକୁର ଭାରତୀ ର ନିବେଦନ
ପିଣ୍ଡୁ ପ୍ରାଣ ଗଲା ବେଳେ ଦେବୁ ଦରଶନ l
ଏ ଜୀବନ ଯଉବନ ସବୁ ତୋର ଦାନ
ତୋ ଚରଣେ ଜୀବନ ମୋ କଲି ସମର୍ପଣ ll
