Jharana Rout

Classics

3  

Jharana Rout

Classics

ଭାବର ଠାକୁର

ଭାବର ଠାକୁର

1 min
411


  ଭାବରେ ତୁମେ ଅଭାବରେ ତୁମେ

   ତୁମେ ମୋର ଭାବମୟ

ତୁମେ ଯେବେ ପ୍ରଭୁ ନୀରବ ରହିବ

   କାହାକୁ କହିବି ଦୁଃଖ ।


ତୋ ପାଁଇ ମୁଁ ମୋ ପାଁଇ ତୁ 

  ତୋ ସାଥିରେ ବନ୍ଧା ମୋର ଜୀବନ 

 ତୁ ମୋ ପ୍ରାର୍ଥନା ତୁ ମୋ ଜଣାଣ 

   ତୋ ପାଁଇ ଚାଲେ ଏ ନିଶ୍ଵାସ ।

   

ହୃଦୟ ମନ୍ଦିରେ ତୁମେ ଅଛ ପ୍ରଭୁ 

   ପୂଜୁ ଥିବି ତତେ ମୁଁ ନୀତି 

 ସକାଳ ଧୂପରେ ସଂଜର ଦୀପରେ 

   ତତେ ଦେଖି ଦିନ ଯାଏ ବିତି ।


ଯେତେ ଦୁଃଖ ଦିଅ ପ୍ରଭୁ ମୋ ଜୀବନରେ 

  ଦୁଃଖ ନାଁହି କେବେ ମୋ ମନରେ 

ଏ ଦେହ ତୁମର ଏ ପ୍ରାଣ ତୁମର 

  ଚିନ୍ତା ନାଁହି କେବେ ମୋ ଜୀବନରେ ।


Rate this content
Log in

Similar oriya poem from Classics