Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Tripathy

Classics

4  

Sabita Tripathy

Classics

ଭାବର ଠାକୁର

ଭାବର ଠାକୁର

1 min
321



ଅସହାୟ ଏଇ ଜୀବନେ ମୋର

ତୁମେ ଏକା ପ୍ରଭୁ ସବୁଠୁ ନିଜର,

ଆଶା ନିରାଶା ର ହୃଦୟଟା ଆଜି

ଛଳନା ଭରା ଏ ଦୁନିଆରେ,

ହାରିଯାଏ ବାରମ୍ବାର ।  


ତୁମ୍ଭେ ହିଁ ଆରମ୍ଭ

ମୋର ତୁମ୍ଭେ ହି ଶେଷ

ଏ ଭଵ ସଂସାରୁ ପାରିକର

ହେ ଜଗନ୍ନାଥ ମୋ ଜଗତ ଠାକୁର ।


କାଳିଆରେ ନୀଳାଚଳିଆ

ହଁ ମନ ନେଇ ବସିଛୁ ତୁ

ଭାବରେ ବନ୍ଧା ମୋ

ମନୁଆ ଭାବୋବିନୋଦିଆ   ।


ଜୀବନ ନଉକା ମୋ

ଭସେଇ ନେ ରେ,

ମୋ ସଂସାର ରଥକୁ

ଟାଣି ତୁ ନେ ରେ

ସତ୍ୟର ଘିଅ ପୂଣ୍ୟର ଦ୍ୱୀପରେ

ମୋ ଜୀବନ ଦ୍ୱୀପ ଜଳାଇ ଦେରେ ।


ନିଶ୍ୱାସ କୁ ଏଠି ଭରସା ପାଏନି

ଲେଉଟି ଆସିବ ବୋଲି,

ଭରସା ରଖି ମୁଁ ଆସିଛି ଦରଶନେ ତୋର 

ହୃଦୟ ଉପବନେ ପରା କରିଛ ଘର,

ଆହେ ନୀଳ ଶୈଳ ମୋ ମନୁଆ ଠାକୁର   

ଏ ଭଵ ସଂସାରୁ ମତେ ପାରିକର  ।


Rate this content
Log in

Similar oriya poem from Classics