ପଞ୍ଜୁରି
ପଞ୍ଜୁରି
ମୁକ୍ତ ଆକାଶରେ ବିହଙ୍ଗ ସଦୃଶ
ଉଡି ଯିବାକୁ ମନ,
ମାୟାର ବନ୍ଧନେ
ବନ୍ଧା ଏ ଜୀବନ,
ଖୋଲୁନି ମୋ ପଞ୍ଜୁରି ଫାଶ.....।
ଲୁହ ଲହୁର କରାଳ ରୂପେ
ଛଟପଟ ହେଇ ସମ୍ପର୍କ ଲୁଟେ,
ନିରୀହ ପ୍ରାଣ ଟା ପ୍ରତି ମୁହୂର୍ତ୍ତେ
ପଞ୍ଜୁରିର ପରିଧି ମାପେ.....।
ଅଙ୍କା ବଙ୍କା ଏଇ ଜୀବନ ପଥେ
ବାସ୍ତବତା ର ଦିଗ୍ ବଳୟେ
ସ୍ବପ୍ନ ମେଞ୍ଚାଏ ଭସା ବାଦଲ
ହୋଇ ଭାସୁଥାଏ ସତେ,
ସୁରକ୍ଷା କବଚ ର ତୋରଣେ
ସୁନା ପଞ୍ଜୁରି ଟା
ଅହ ରହ ସ୍ୱାଗତ କରୁଥାଏ ମତେ.......।
ହେତୁ ଅହେତୁ ର କାରାଗାରେ
ନିଈତି ସଜ ସକାଳ ର କୋମଳ ସ୍ପର୍ଶେ ,
ନିଶ୍ୱାସ ଟା କେବେ କେବେ ବାଟ ବଣା
ପ୍ରଶ୍ନ ବାଚୀ ପଞ୍ଜୁରି ଅଦାଲତେ......।
ବୟସ ବି ଅଟକି ଯାଇଛି
ଠିକ ଭୁଲ ର ତର୍ଜମା ରେ,
ଆଜି ନିର୍ଜୀଵ ପଞ୍ଜୁରି ବି ଜୀବିତ
ଶାରି ଟି ବନ୍ଧନ ମୁକ୍ତ,
କିନ୍ତୁ,
ନିଃସଙ୍ଗତା ଭରିଦେଇଛି
ସମୟ ଟା ପ୍ରତିମୁହୂର୍ତ୍ତ....।।