ଭାବର ଚଉପଦୀ
ଭାବର ଚଉପଦୀ


ପ୍ରେମ ଗୋଟେ ଗଣିତ
ଅଙ୍କପରି କଷିଦେଲେ ଫୁଲ୍ ମାର୍କ
କଷି ନପାରିଲେ ଶୂନ
ଛିଡିଦେଲେ ବଦନାମ
ବିଷୟ ନରଖିଥିଲେ ପଶ୍ଚାତାପ।
ପ୍ରେମ ଗୋଟେ ସାହିତ୍ୟ
ପଢୁଥିଲେ କବିତା କବିତା
ଲେଖୁଥିଲେ ସୁଖଦୁଃଖର ଚିଠି
ଛୁଇଁଦେଲେ ବହିଯାଏ ନଈଏ ମମତା
ଗାଇଦେଲେ ଗୀତଟିଏ ଲୁହ ଆଉ ଲହୁର
ସପ୍ତମ ରୁତୁଟିଏ ମନ ହୃଦୟର।
ପ୍ରେମ ଗୋଟେ ଭୂଗୋଳ
କେତେବେଳେ ମୈାସୁମୀ ମାନଚିତ୍ର
କେବେ କାକର, କେବେ ବରଫ ପାତ
ଆଲୋକ ଅନ୍ଧାର ପାଗ
କେବେ ଜୀବନର ମରୁଉଦ୍ୟାନରେ
ବହୁଥାଏ ଝରଣାପରି ଝର ଝର।
ପ୍ରେମ ଗୋଟେ ବିଜ୍ଞାନ
ପ୍ରୟୋଗ ପରୀକ୍ଷା ଜୀବନ ଜାତ୍ରାର
ପୂର୍ଣ୍ଣଜ୍ଞାନ ମିଳେ ତଲାସରେ
ଶକ୍ତଦିଏ,ଦେହରେ ଚମକ୍ ଆଣେ
ମନରେ ଉତ୍ସାହ ଭରେ
ଅନନ୍ଦର ଢେଉ ମସ୍ତିଷ୍କରେ ଖେଳେ
ପ୍ରେମ ଜୀବନୀଶକ୍ତି ଜନ୍ମ ଜନ୍ମାନ୍ତରେ।
ପ୍ରେମ ଇଶ୍ୱରଙ୍କ ଜଣାଣ
ଭାବର ଚଉପଦୀ ଭାଗବତ
ଗଣିତ,ଭୂଗୋଳ,ବିଜ୍ଞାନ ,ସାହିତ୍ୟ
ସବୁ ପ୍ରେମର ମହା ସମୁଦ୍ରରେ
ଲହଡି ଭାଙ୍ଗୁଥିବା ନୀଳ ଜଳ
ସେଥିରେ ମୀନ ହୋଇ ଖେଳିଲେ
ଉଦ୍ଧବଙ୍କ ପରି ଚେତନା ହେବ ନିର୍ଗୁଣ ।