STORYMIRROR

Kishore Nayak

Classics

4  

Kishore Nayak

Classics

ଭାବନାରୁ ପଦେ

ଭାବନାରୁ ପଦେ

1 min
406


ଜୀବନର ବାଟ ଚାଖଣ୍ଡକ ପେଟ 

ବେଳେ ବେଳେ ହୁଏ ବୋଝ 

ମିଛ ଅଭିନୟ କରୁ କରୁ ଏଠି 

ରହେନି ନିଜର ହେଜ ll

ନିଜର ଭାବନା ନିଜ ପାଇଁ ଏଠି 

ପଡଇ ସନ୍ଦେହ ଘେରେ 

ନିଜ କୃତ କର୍ମ ପାଇଁ ଏ ଜୀବନ 

ନିଜେ ହିଁ ନିଜକୁ ଡରେ ll

ନିଜେ ନିଜ ହାତେ ନିଜର ସ୍ବପ୍ନକୁ 

ଅକାରଣେ ଦିଏ ମାରି 

ବାରମ୍ବାର ସତ୍ୱେ ନିଜର ତ୍ରୁଟିକୁ 

ତଥାପି ପାରେନି ଧରି ll

ଅସ୍ଥିର ଲକ୍ଷ୍ୟରେ ସଫଳତା ଶିଡ଼ି 

ଚଢିବାକୁ କରେ ଆଶା 

ମନର ଜଡତା ଅଜ୍ଞାନ ଅନ୍ଧାରେ 

ଖୋଜୁଥାଏ ନୂଆ ଦିଶା ll

ନିଜର ତ୍ରୁଟିକୁ ଅଣଦେଖା କରି 

ଅନ୍ୟର ତ୍ରୁଟିକୁ ଧରେ

ନିଜ ଦୁଃଖ ବେଳେ ସଂସାରୀଟେ ସାଜି 

ଅନ୍ୟକୁ ବିଦ୍ରୁପ କରେ ll

ସ୍ୱାର୍ଥ ସାଧନରେ ନିଜ ପାଇଁ ଏଠି 

ଅନ୍ୟକୁ ପକାଏ ବଳି 

ଖସି ଯିବାପାଇଁ କରଇ ପ୍ରୟାସ 

ପଡିଲେ ନିଜର ପାଳି ll

ଏ ଜୀବନ ଗତି କେଉଁଠି କେମିତି 

କାହାପାଇଁ କେଉଁପରି 

କାହାକୁ ବା ଜଣା କେଉଁଠି ଡୁବିବ 

ଭଙ୍ଗା ଏ ଜୀବନ ତରୀ ll



Rate this content
Log in

Similar oriya poem from Classics