STORYMIRROR

Kali Kumar

Romance

4  

Kali Kumar

Romance

ଭାବନାର ନଈ

ଭାବନାର ନଈ

1 min
208

ଭାବନାର ନଈରେ ସ୍ଫୁରିତା ଆବେଗ ସବୁ

ଚାହୁଁ ଚାହୁଁ , 

କେଇ କ୍ଷଣ ଭିତରେ ଶାନ୍ତ ପଡ଼ିଯାଏ;

ହଠାତ୍ ! ଯେତେବେଳେ ଜହ୍ନକୁ 

କୃଷ୍ଣ ବଉଦଟି ଢାଙ୍କି ଦିଏ, 

ତା'ର ବିନା ଅନୁମତିରେ;

ଆଉ ଅବଶେଷେ ଅବଶୋଶ୍ କରି

ଜହ୍ନ ବି ଲୁଚିଯାଏ, ବଉଦ ତଳେ ।।


ସେ ନଈ କେବେ ନାଁ ଲୋଡ଼େ ନାହିଁ

ନା କେବେ ପରିଚୟ,

ବାସ୍ ! ବୋହି ଯାଏ,

ସମୟର ଧାରେ, ସ୍ମୃତିର ତୀରେ

ଅପରିଚିତାଟେ ହୋଇ, 

ସେ ନଈ କେବେ ନାଁ ଲୋଡ଼େ ନାହିଁ ।।


ମ୍ଳାନ ହୃଦର ତଟଦେଶେ

ନିଭୃତ ହୃଦ କନ୍ଦରର ଅଦେଖା ପ୍ରଦେଶେ

ସେ ଶୁଖିଯାଏ,

ସମୟର ଧାରେ, ସ୍ମୃତିର ତୀରେ

ଅପରିଚିତାଟେ ହୋଇ, 

ସେ ନଈ କେବେ ନାଁ ଲୋଡ଼େ ନାହିଁ 

ସେ ନଈ କେବେ ନାଁ ଲୋଡ଼େ ନାହିଁ

ସେ ନଈ କେବେ ନାଁ ଲୋଡ଼େ ନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance