STORYMIRROR

pranati Mahapatra

Romance

2  

pranati Mahapatra

Romance

ଭାବନା ରାଇଜେ ସ୍ମୃତି

ଭାବନା ରାଇଜେ ସ୍ମୃତି

1 min
121


କୁହୁଳି କୁହୁଳି ଧୂମମୟ ଏଠି

ସାଇତା ଅଭୁଲା ସ୍ମୃତି,

କେତେବେଳେ ଦିଶେ ବାଳସୂର୍ଯ୍ୟ ପ୍ରଭା

କେବେ ରଙ୍ଗୀନ ପ୍ରଜାପତି।


ସ୍ମୃତି ଆସେ ପକ୍ଷୀରାଜ ଘୋଡ଼ା ଚଢ଼ି

ରଜନୀଗନ୍ଧାର ବାସେ,

ଫଗୁଣର ସାତ ଅବିରକୁ ବିଞ୍ଚି

ରହିଥାଏ ପାଶେ ପାଶେ।


ସପନଟା ଯଦି ସତ ହୋଇଯାଏ

ସ୍ମୃତି ଭାରି ମିଠା ଲାଗେ,

ମନ ପବନର ଘୋଡ଼ା ଚଢ଼ି ମନ 

ବୁଲେ ଲକ୍ଷ୍ୟ ହୀନ ଭାବେ।


ଅସଫଳ ସ୍ଵପ୍ନେ ସ୍ମୃତି ତ ଜୀବନ୍ତ

କୋରି କୋରି ଖାଇଯାଏ,

ସେଇ ସ୍ମୃତି କେବେ ଭାବନା ରାଇଜେ

ମଲ୍ଲୀ ଫୁଲ ବିଞ୍ଚୁଥାଏ।



Rate this content
Log in

Similar oriya poem from Romance