STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଭାବନା ନାୟକ

ଭାବନା ନାୟକ

1 min
128

ଲୁଚି ଯାଇଥିଲେ ଆକାଶରୁ ସୂର୍ଯ୍ୟ

ପାହାଡର ଉହାଡରେ

ଚାନ୍ଦ ହସୁଥିଲା ମୁରୁକି ମୁରୁକି

ଶୁଭ୍ର ସ୍ନିଗ୍ଧ ଜୋଛନାରେ


ବସି ରହିଥିଲି ସାଗର ବେଳାରେ

କିଛି କ୍ଷଣ ଏକାନ୍ତରେ

ଭିଜୁଥିଲି ଆହା ସିକ୍ତ ସମୀରଣ

ମିଠା ମିଠା ପରଶରେ


ନୀରବତା ମୋର ଭଙ୍ଗ ହୋଇଗଲା

ପାଉଁଜିର ଶବଦରେ

କିଏ ସେ ରୂପସୀ କି ଯୁବାବୟସୀ

ଖୋଜିହେଲି ନୟନରେ


ଦେଖିଲି ଯାହାକୁ କି ବର୍ଣ୍ଣିବି ରୂପ

ଶବ୍ଦ ଗୁଚ୍ଛ ଭାବନାରେ

ଆହା କି କମ୍ପନ ମିଠା ଶିହରଣ

ଭରିଗଲା ହୃଦୟରେ


ରୁପା ପରି ତନୁ ଚାଲି ତା'ହରିଣୀ

ଓଠ ଗୋଲାପର କଢି

ଏମିତି ଦେବୀକୁ ଅତି ଯତନରେ

କିଏ ସେ ଦେଇଛି ଗଢି


କେଶ ନୁହେଁ ସେତ କଳା ମେଘଖଣ୍ଡ

ମୁଖ ତା'ଚନ୍ଦ୍ରମା ପରି

ହଳଦୀ ପାଟରେ ଶୋଭା ପାଉଥିଲା

ଚାଲୁଥିଲା ଥିରି ଥିରି


କିଛି କ୍ଷଣ ପାଇଁ ହୃଦୟ ହାରିଲି

ପଡ଼ିଗଲି ତା'ପ୍ରେମରେ

ତାକୁ ଛୁଇଁବାକୁ ଅଥୟ ମନଟା

ହଜିଥିଲା ସପନରେ


ଯେବେ ସେ ନିକଟ ହୋଇଲା ମୋହର

କାନି ତା'ର ପବନରେ

ଉଡ଼ିଆସି ମୋର ହାତରେ ବାଜିଲା

ଧରିନେଲି ଆନନ୍ଦରେ


ଟଳମଳ ହୋଇ ଲାଜକୁଳୀ ସେହି

ଲୋଟିଗଲା ମୋ' ଛାତିରେ

ପ୍ରିତୀ ଚୁମ୍ବନଟେ ଆଙ୍କିଦେଲି ମୁହିଁ

ଅନ୍ତରଙ୍ଗ ଆଶ୍ଳେଷରେ


କୋଉଠି ଥିଲା ସେ ସିନ୍ଧୁ ର ଜୁଆର

ବାଧା ଦେଲା ପିରତୀରେ

ଭାବନା ନାୟିକା ଲୁପ୍ତ ହୋଇଗଲା

ସମୟର ପଥଧାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract