STORYMIRROR

Pranati Panda

Tragedy Inspirational

3  

Pranati Panda

Tragedy Inspirational

ଭାବିଛକି କେହି ସିଏ ପରା ସେହି ମାଆ

ଭାବିଛକି କେହି ସିଏ ପରା ସେହି ମାଆ

1 min
208


ଭୁଲିଯାଇ ଗର୍ଭ ଅସହ୍ୟ ବେଦନା

ବୋକ ଦେଇ କାନି ତଳେ ଲୁଚେଇ ,

ଦୁବରୁ ଦ୍ରୁମ ଯେ' କରେ ଯେଉଁ ନାରୀ

କୁଢ଼, କୁଢ଼ ମଳ ମୂତ୍ରକୁ ଧୋଇ !!


ଭାବିଛକି କେହି ସିଏ ପରା ସେହି ମାଆ .....


ସଂସାରଯାକର ଦୁଃଖ ଯନ୍ତ୍ରଣାକୁ

ନିଜ ବୁକୁ ତଳେ ଚପାଇ ଦିଏ ,

ନିଜ ସନ୍ତାନର ପରିଚୟ ପାଇଁ

ସଂସାର ପଥରେ ଲଢ଼ଇ ଯିଏ !!


ଭାବିଛକି କେହି ସିଏ ପରା ସେହି ମାଆ ....


ନିଜ ବେଦନାକୁ ଭ୍ରୂକ୍ଷେପ ନକରି

ଯିଏ ଚାଲୁଥାଏ ସଦା ସର୍ବଦା ,

ଦୁର୍ଗମ ପଥରେ ଲଡ଼େଇ କରି ସେ'

ପ୍ରତିଟି ବିନ୍ଦୁରେ ଭରେ ମମତା !!


ଭାବିଛକି କେହି ସିଏ ପରା ସେହି ମାଆ ....


ନିଃସର୍ତ୍ତ ଭାବରେ କୋଳେଇ, କାଖେଇ

ସୃଜନ କଳିକୁ ବଞ୍ଚାଏ ଯିଏ ,

ମହଣ, ମହଣ ଦୁଃଖ , କ୍ଳେଶ ସହି

ପଣତ କାନିରେ ଘୋଡେଇ ଦିଏ !!


ଭାବିଛକି କେହି ସିଏ ପରା ସେହି ମାଆ....


ପ୍ରତିଶ୍ରୁତି ଏକ ନିରାପଦ ସ୍ଥାନ

ସୁରକ୍ଷା ବଳୟ ଗଠନ ପରେ,

ନିଃଶ୍ୱାସ, ବିଶ୍ଵାସ ହୃଦୟରେ ଭରି

ସନ୍ତାନକୁ ଯିଏ ମଣିଷ କରେ !!


ଭାବିଛକି କେହି ସିଏ ପରା ସେହି ମାଆ....


କିନ୍ତୁ ସେହି ମାଆ ବୃଦ୍ଧା ଅବସ୍ଥାରେ

ବର୍ଜ୍ୟ ବସ୍ତୁଟିଏ ପାଲଟି ଯାଏ ,

ସୁରକ୍ଷା ଦେବାତ କୋଶେ ଦୂରେ ଥାଉ

ଆଶା ବାଡି ଖଣ୍ତେ କେହି ନ'ଦିଏ !!


ଭାବିଛକି କେହି ସିଏ ପରା ସେହି ମାଆ..



ରାଗ, ଋଷା ତୋର ମୋର ଭାଵ ନେଇ

ମଳ, ମୂତ୍ର ସଫା କରୁଛି କିଏ ?

ମାଆର ମମତା ଭୂଇଁରେ ଲୋଟଇ

ଲୁଗା ଖଣ୍ଡେ ଅବା କିଏ ପିନ୍ଧାଏ ??


ଭାବିଛକି କେହି ସିଏ ପରା ସେହି ମାଆ..


ପିଲା ଇଜ୍ଜତ 'ମା' କାନି ତଳେ ଢାଙ୍କି

ସବୁ ନିର୍ଯ୍ୟାସକୁ ଆଡ଼େଇ ଦିଏ ,

ବୟସ ବୋଝରେ 'ମା' କାନି ଖସିଲେ

ହୁଗୁଳା କାନି ତା' ସଜାଡେ କିଏ ??


ଭାବିଛକି କେହି ସିଏ ପରା ସେହି ମାଆ...


କୋରଡ଼ ଆଖିରୁ ଟୋପା ଟୋପା ଲୁହ

ତୃଷାର୍ତ୍ତ ଓଠର ଶୋଷ ମେଣ୍ଟାଏ ,

ରାଶି, ରାଶି ଦୁଃଖ ନିଜେ ସହି ସହି

ସନ୍ତାନ ମଙ୍ଗଳ ସାଉଁଟୁ ଥାଏ !!


ଭାବିଛକି କେହି ସିଏ ପରା ସେହି ମାଆ ....


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy