STORYMIRROR

Smitali Priyadarsini Panda

Romance

3  

Smitali Priyadarsini Panda

Romance

ଭାବେ ତୁମ କଥା

ଭାବେ ତୁମ କଥା

1 min
187


ପହିଲି ଆଷାଢ଼ ବରଷା ଛିଟାରେ

ଭିଜେ ଭାବି ତୁମ କଥା

ଶୀତୁଆ ସନ୍ଧ୍ୟାର ଶିଶିର ସାଥିରେ

ହେବା ପାଇଁ ଥରେ ଦେଖା  !!


ଗୋପନେ ଆଙ୍କେ ମୁଁ ତୁମ ଛବି କେତେ

ସାଉଁଟି ଅତୀତ ସ୍ମୃତି

ଭାବନା ରାଇଜେ ହଜିଯାଏ କେବେ 

ଆଦରି ଅକୁହା ପ୍ରୀତି !!


ଫଗୁଣ କୁ ନେଇ କେବେ ଆସ ଥରେ

ରଙ୍ଗର ପସରା ଧରି

ଫିକା ଜୀବନ ମୋ ସାଧା କାଗଜ ଟେ

ଅବିର କୁ ହୁଏ ଝୁରି  !!


ରଙ୍ଗ ହୀନ ମନ ରଙ୍ଗାଇତ କର

ପ୍ରୀତି ରଙ୍ଗ ତୂଳୀ ନେଇ

ସିନ୍ଥି ରେ ଝଟକୁ ତୁମ ନାମେ ସଦା

ଜନ୍ମ ଜନ୍ମାନ୍ତର ପାଇଁ  !!


Rate this content
Log in

Similar oriya poem from Romance