STORYMIRROR

Sadananda Sahoo

Abstract

2  

Sadananda Sahoo

Abstract

ଭାବ ସମ୍ପର୍କ

ଭାବ ସମ୍ପର୍କ

1 min
109

ସମାଜେ ସୁଲଭ ସମ୍ପର୍କର ଭାବ 

    ସବୁଠୁ ବଳିଷ୍ଠ ବିତ୍ତ ,

ସଂସାରି ମଣିଷ କରହେ ପୋଷଣ 

    ଦୟା କ୍ଷମା ସ୍ନେହଁ ନିତ୍ୟ


ଭାବ ଦିଆନିଆ ସମ୍ପର୍କ ସଦିଚ୍ଛା 

    ସମାଜର ଅନୁସଙ୍ଗୀ , 

ଜନ ପ୍ରୀତିରଖ  ହୁଅ ନାହିଁ ରୁକ୍ଷ 

   ସଭିଏଁ ସାଜିବେ ସାଥୀ


ଦୁଃଖି ଜନ ପ୍ରାଣ ସମାଜର ଅଙ୍ଗ 

     ଭରିଦିଅ ଆଶ୍ବାସନା 

ପୁଲକିତ ହେଵ କୋମଳ ହୃଦୟ 

     କିଛିବି ହେବନି ଊଣା

    

ହିଂସା ଦ୍ଵେଷ ଭୁଲି ନିଅହେ ଆଦରି

     କୋମଳ ହସ୍ତ ପରଶେ , 

ରୋଗ ଶୋକ ଦୁଃଖ ଅପସରି ଯିବ 

    ରହିବେନି କେହି ରୋଷେ


ଦୁଃଖେ ଜର୍ଜରିତ  ସମାଜ ଚିତ୍ରିତ 

   ନେତ୍ର ଖୋଲି ଦେଖ ଦୃଶ୍ୟ , 

ଅଭାବ କଷଣ ରୋଗ ପୀଡା କ୍ଳେଶ 

    ହଜେଇ ଦେଲାଣି ହସ


ଆଜିର ଜୀବନ କାଲିକି ନଥିବ 

     ମାନ ଅଭିମାନ ବୃଥା, 

ଗର୍ବ ଅହଙ୍କାରେ କି'ଲାଭ ଅଛିରେ 

    ଜୁଇ ନିଆଁ କହେ କଥା


ଜୀବନ ଦର୍ଶନ ମାନସ ମନ୍ଥନ 

    ମାନବର ଶ୍ରେଷ୍ଠ ଶିକ୍ଷା , 

ପର ଉପକାର ସାହାର୍ଯ୍ୟ ସୌହାର୍ଦ୍ଦ୍ୟ 

    ଧର୍ମକର୍ମ  ପ୍ରୀତିରେଖା


ଦୁଃଖିରଙ୍କି'ଙ୍କର  ଉପକାର କର 

    ସାଧ୍ୟମତେ କିଛି ଭାଇ , 

ହସିବ ସଂସାର ଲୀଳାମୟଙ୍କର 

    ପ୍ରତିକ୍ଷଣେ  ନାମଗାଇ


Rate this content
Log in

Similar oriya poem from Abstract