STORYMIRROR

Sachidananda Kar

Abstract

2  

Sachidananda Kar

Abstract

ବଗ ଛୁଏଁନାହିଁ ମୀନ

ବଗ ଛୁଏଁନାହିଁ ମୀନ

1 min
359

ଧରମ କାର୍ତ୍ତିକ ମାସର

ଏଇ ଶେଷ ପାଞ୍ଚ ଦିନ

ସଭିଏଁ ପାଳନ୍ତି ପଞ୍ଚକ

ବଗ ଛୁଏଁନାହିଁ ମୀନ


ଶେଜ ଛାଡି ବଡି ସକାଳୁ

ନଦୀ ଜଳେ ବୁଡ ଦେଇ

ଦେଉଳେ ଯାଆନ୍ତି ସରବେ

ଫୁଲ ଧୂପ ଦୀପ ନେଇ


ଆମିଷ ଆହାର ପାଇଁକି

ମନ କରନ୍ତିନି କେହି

ପୁଣ୍ୟ ଅରଜନ୍ତି ସକଳେ

ଦୀନଜନେ ଦାନ ଦେଇ


ରଙ୍ଗ ବିରଙ୍ଗର ମୁରୁଜ

ମାଆମାନେ ସାଥେ ନେଇ

ଚଉରାରେ ବସି ପକାନ୍ତି

ଶରଧାରେ ମନ ଦେଇ


ପୁନେଇଁ ସକାଳେ ନଈରେ

ଡଙ୍ଗା ଭସେଇବା ପାଇଁ

ଏକାଠି ହୁଅନ୍ତି କୂଳରେ

ଡକାଡକି ହୋଇ ଯାଇ


କଦଳୀ ପାଟୁକା ଡଙ୍ଗାରେ

ପାନ ଗୁଆ ନେଇ ଯାଇ

ଭସେଇ ଦିଅନ୍ତି ନଈରେ

ଆ କା ମା ବୈ ଗାଇ


ରାଇ ଦାମୋଦର ପୂଜନ୍ତି

ହବିଷ୍ୟାଳି ମେଳ ହୋଇ

ବାଲିରେ ତିଆରି ବାଲୁଙ୍କା

ତୁଳସୀ ମୂଳରେ ଥୋଇ


ପଞ୍ଚକର ଦିନଗୁଡିକ

ସୁଖରେ ଶାନ୍ତିରେ ଯାଏ

ଧରମ କରମ ପାଇଁକି

ମନଟି ଆମରି ଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract