Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୭୨

ବେସୁରା ଗୀତି-୭୭୨

1 min
6.4K


ରହି ପାରିଲୁନି ଆସିଲୁ ତୁ ବର୍ଷା

ମୋ ଆଗକୁ ଚାଲି ଚାଲି

ଆବେଗ ଭରେ ତୋ ଛନ୍ଦମୟ ରୂପ

ଦେଖୁଥିଲି ଆଖି ମେଲି ॥

ଛନ୍ଦ ତୋହର ମନ୍ଦ ନୁହେଁ ଲୋ

ଶେଷ ବରଷାର ଛୁଆଁ

ଦେଇଗଲୁ ମୋତେ ମନ ପୁରିଗଲା

ପାଇ ତୋର ପ୍ରୀତି ଛୁଆଁ ॥

ଓଠରେ ତୋର ଲୋ ଚମକି ଉଠିଲା

ବିଜୁଳିର ଧାରେ ହସ

ଘଡଘଡି ଶବ୍ଦ କାନେ ବାଜିଲାନି

ମନ ହୋଇଗଲା ତୋଷ ॥

ଶ୍ରାବଣ ସହିତ ଫେରିଲୁନି କିଆଁ

ଆଜି ମୁଁ ଭାବୁଛି ବସି

ଚାହିଁଲାନି ବୋଧେ ହୃଦୟ ତୋହର

ପ୍ରୀତିଫୁଲ ହେଉ ବାସି ॥

ଖୁସି ମନେ ଆଜି ହେଉଛି ବିଦାୟ

ଯାଆ ଲୋ ବରଷା ଫେରି

ଆଷାଢ ସହିତ ଚାଲି ଆସିବୁ ତୁ

କରିବୁନି ବେଶି ଡେରି ॥


Rate this content
Log in

Similar oriya poem from Romance