ବେଶ୍ୟାଟିଏ
ବେଶ୍ୟାଟିଏ
ଠିକ୍ ମୁଁ ଜାଣେ ,
ବେଶ୍ୟାଟିଏ ରହେ ସେ ରଙ୍ଗ ଛଡା କୋଠାଘରେ ,
ଆମ ଘର ଠୁ ପ୍ରାୟ ତିନି କୋଶ ଦୂରେ ।
ଦିନସାରା ସେ ତା'ର ନିତିଦିନି ର କାମ କରେ ,
ଭଲ ରୂପେ ସଜେଇ ହୁଏ ,
ଯେତେକ ପ୍ରସାଧନ ସାମଗ୍ରୀକୁ ମୁହଁରେ ମାଖି -
ଯୌବନ କୁ ଆଖି ଠାର ମାରେ !
ମୁଁ ଦେଖିଛି ସେ ଛିଡା ହୁଏ -
ଅନେକ ଥର ବାଳ ମୁକୁଳା କରି ତା ପିଣ୍ଡାରେ ,
ଅନେକ ବଦନାମ , ଅନେକ ଉପହାସ , ଅନେକ ପ୍ରଶଂସା !
ହେଲେ ସେ କାହାକୁ ଖାତିର ନକରି ସଂନ୍ଧ୍ଯା ହେଲେ ତା ଧନ୍ଦା ସୁର୍ କରେ ।
ଅନେକ ଥର ଦୂରୁ ଦେଖେ ତା ବନ୍ଦ କୋଠରୀ ,
କାନ୍ଥରେ ଲଟକି ଥିବା ଅଧା ଶୁଖା ଶିଉଳି ପରି ଲାଗେ !
ଯେମିତି କ୍ରୁଶବିଦ୍ଧ ହେଇଛି କି ସମୟ !
ନା ତା କବାଟକୁ ପିଟୁଛି ଖୁବ ଜୋରରେ ।
ବେଳେବେଳେ ଗାଧୋଇଲା ବେଳେ ନଈ ତୁଠରେ -
ତାକୁ ଗଳି କରି ଚାହେଁ !
ଆଖିକୁ ଆଖି ଅନେକ ସମୟ ମିଶିଲା ପରେ ବି !
ପ୍ରଥମ ଦେଖାରୁ ହିଁ ଜାଣିଲି ବେଶ୍ୟା ର ଆଖି ରେ ମାଦକତା ଥାଏ !
ସେଦିନ ସେଇ ବେଶ୍ୟା ମୋ ହାତକୁ ଛୁଇଁଦେଲା ପରେ ,
ଧାଇଁଗଲା ଯେ ଆଉ ଫେରିଲାନି !
ସେଇ ପ୍ରଥମ ପ୍ରେମ ପୂର୍ଣ୍ଣ ଦେଖାରେ ।
ଏବେ ଏବେ ଯେବେ ସେ ଦେଖାହୁଏ ,
ସଞ୍ଜ ନଇଁଲେ ବି ମୁଁ ଦୂରେଇ ଯାଏ !
କେଉଁ ଏକ ଅବ୍ୟକ୍ତ ଭାବନାରେ !
