STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

ବେଙ୍ଗ କହେ ବେଙ୍ଗୁଲୀ ଲୋ

ବେଙ୍ଗ କହେ ବେଙ୍ଗୁଲୀ ଲୋ

1 min
222

       ବେଙ୍ଗ କହେ ବେଙ୍ଗୁଲୀ ଲୋ


ବେଙ୍ଗ କହେ ବେଙ୍ଗୁଲୀ ଲୋ...

ଏ ପୃଥ୍ଵୀ କ୍ଷଣ କ୍ଷଣକେ ଆନ,

ବିଧିର ବିଧାନେ ଚାଲିଛି ଖେଳ ଲୋ

ଆମେ ସବୁ ଜୀବ ଖେଳନା ସମାନ।

ହସ ଖୁସି ଛାଡି କିଆଁ କଳହ କରୁ ଲୋ

ଏ ଜୀବନ ପରା ଅଢେଇ ଦିନ,

ଥାଉ ଯା'ର ଯେତେ ଗୁଣ ଗାରିମା ଲୋ

ଧନ ମାନ ଜ୍ଞାନ ହୁଏ ସବୁ ଶୂନ।

ଅଯଥା କାହାର ଗର୍ବ ତୁ କରୁ ଲୋ

ଆଖି ବୁଜିଦେଲେ ଯିବୁ ତୁ ଶ୍ମଶାନ,

ସାଥେ ସାଥୀ ହୋଇ ଯିବେନି କେହି ଲୋ

କେଇଦିନ ଖାଲି କାନ୍ଦିବେ ଆତ୍ମୀୟଜନ।

ଯଉବନ ଗର୍ବେ ସୌନ୍ଦର୍ଯ୍ୟ ଦେଖାଇ ଲୋ

ଅନ୍ୟକୁ ଭାବୁ କିଆଁ ତୁ ହୀନିମାନ,

ଏ ରୂପ ସାଜସଜ୍ଜା ଆଉ ରହିବ ନାହିଁ ଲୋ

ରଙ୍ଗ ଛାଡ଼ି ଯାଇ ପଡ଼ିବ ମଳିନ।

କିଏ କେତେ ଆସି ଗଲେଣି ଚାଲି ଲୋ

ହିସାବ ତାର କିଏ କରିଛି ଆକଳନ ?

ଶବ ହୋଇ ପଡ଼ିଥିବୁ କରିଦେବେ ଦାହ ଲୋ

ବାହାରି ଗଲେ ଜୀବରୁ ଏ ଜୀବନ।

ଘର ସଂସାର ମାୟା ମୋହ ଯେତେ ଲୋ

ମୋର ମୋର କହି ମରୁ କିଆଁ ନିତିଦିନ ?

ସବୁ ଛାଡ଼ିଦେଇ କେବେ ଚାଲିଯିବୁ ଲୋ

ରହିବ ନାହିଁ ତୋର ହୋଇ ତାର କିଛି ଚିହ୍ନ।

ଶୁଣ ମୋ ପ୍ରାଣ ସଙ୍ଗିନୀ ବୁଝ ମୋ କଥା ଲୋ

ଭୁଲିଯାଇ ମନୁ ରାଗ ରୋଷ ଅଭିମାନ,

କେଉଁ ଜନମରେ କି ପୁଣ୍ୟ କରିଥିଲୁ ଆମେ ଲୋ

ଜୀବନ ସାଥୀ ରୂପେ ଆମର ହୋଇଛି ମିଳନ।

ସୁଖ ଦୁଃଖ ବାଣ୍ଟି ପରସ୍ପର ମଧ୍ୟେ ଲୋ

ଶାନ୍ତି ସନ୍ତୋଷରେ କାଟୁଥିବା ଦିନ,

କିଏ କେତେବେଳେ ଆଗେ ଚାଲି ଗଲେ ଲୋ

ସ୍ମୃତି ତାର ଝୁରି ଭାଳି ହେଉଥିବ ମନ।

ଶୁଣି ସବୁ କଥା ବେଙ୍ଗୁଲୀ କରି ଜିଭ ହଲହଲ

କହିଲା ବୁଝିଲି ତୁମ ସବୁ କଥା ମୂଲ୍ୟବାନ,

ଏବେଠୁ ଭୁଲି ଯାଇ ସବୁ ମନେ ରଖିବି ଅସଲ

ଗର୍ବ ଆଉ ନ କରିବି ବଞ୍ଚିଥିବି ଯେତେଦିନ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy