ବେଳାଭୂମି
ବେଳାଭୂମି
ତୁମେ କେବେ ସମୁଦ୍ର ଦେଖୁଛି କି
ବେଳାବାଲୁକା ସଶୀ ତା'ର ଦୁଗଧ ଫେବନିଳ ଉର୍ମିମାଳା ?
ଅନୁଭବ କରିଛ କି
ଅନନ୍ତ ନୀଳିମାରେ ପରିବ୍ୟାପ୍ତ ତା’ର ଏକ ମହାଜାଗତିକ ସତ୍ତା ?
। ଏଇ ସେ ବେଳାଭୂମି
ଅସଂଖ୍ୟ ମାନବୀୟ ପ୍ରହସନର ମୂକସାକ୍ଷୀ
ଶାମୁକା ଗୋଟାଇ ଗୋଟାଇ ନିମଜିତ ହୋଇଯାଉଛନ୍ତି
ଯ’ର ବିସ୍ତୃତ ବକ୍ଷରେ
ଆଗାମୀ ଯୁଗର ଅଗଣିତ ନିଉଟନ୍ ।
ଅଲୌକିକ ସୌନ୍ଦର୍ଯ୍ୟର ଏକ ଗନ୍ତାଘର
ପ୍ରତି ନିୟତ ଆତ୍ମବିସ୍ମୃତ ହୋଇଛନ୍ତି
କେତେ ଯେ ଶେଲି, କୀସ୍ ଓ ୱାର୍ଥ ।
ଏଇ ସେ ସାଗର ବେଳା-
ଅଫୁରନ୍ତ ପ୍ରାଣ ଶକ୍ତିରେ ଭରପୁର
ହତାଶ ଆତ୍ମାକୁ ଦିଏ ବଂଚିବାର ନୂତନ ଉନ୍ମାଦନା ।
ସମୟର ଗଢ଼ାଳିକା ପ୍ରବାହରେ
ଅପସୃୟମାଣ ସୁଅ ମୁହଁର ପତର ପରି
କିଏ ପୁଣି ଦୂପାତ କରେ –
ବିଗତ ଜୀବନର ଭୟକ୍ରାନ୍ତିକୁ
ସବୁ କିଛି ସନ୍ଦେହ, ଦ୍ବନ୍ଦ ଓ ଅବସାନକୁ
ଚିରକାଳ ପାଇଁ ବିସ୍ମରଣ କରି
। ଆଗେଇ ଯିବାକୁ ସପନର ପଥେ ପଥେ
ନବୀନ ଉତ୍ସାହ ନେଇ ଗଢିବାକୁ ଅନ୍ୟ ଏକ କୋଣାରକ
ହେ ବେଳାଭୂମି-ଘେନ ସଶ୍ରଦ୍ଧ ପ୍ରଣାମ ମୋର
ତୁମରି ବୁକୁରେ ଚପଳ ଏକ କ୍ରୀଡନକ ଭଳି
ବିତିଯାଉ ମୋର ଅବଶିଷ୍ଟ ଅଧୟ ।
