STORYMIRROR

Upendra prasad Mahala

Classics Fantasy Inspirational

3  

Upendra prasad Mahala

Classics Fantasy Inspirational

ବେଳା ଭୂଇଁରେ ଜୀବନ

ବେଳା ଭୂଇଁରେ ଜୀବନ

1 min
199


ବେଳା ଭୂଇଁରେ ମନୋରମ 
ସୂର୍ଯୋଦୟ , ସୂର୍ଯ୍ୟାସ୍ତ
କ୍ଳାନ୍ତି ଭୁଲିଯିବାର ବେଳ ।
ଫେନିଳ ଲହରିରେ ଭାସମାନ
ସମୟ ପରି ସୁନ୍ଦର ଜୀବନ ।
ଅମାନିଅ। ଲହରୀ ପରି
ଚଳଚଞ୍ଚଳ ବେଳାଭୂଇଁ 
ଉଲ୍ଲସିତ ସବୁରି ଦେହ, ମନ ।
ସକାଳର ସୁନେଲି ଖରା
ବିଦେଶିନୀଙ୍କ ସୂର୍ଯ୍ୟସ୍ନାନ
ମନ ମୋହିନିଏ ।
ପର୍ଯ୍ୟଟକଙ୍କ ଅ।ତଯାତ, ଫେରିବାଲା
ଲହଡି ସହ ଖେଳିବାକୁ
ଡେଇଁ ପଡୁଥିବା ମଣିଷ
ଭୋକିଲା ଓଟଙ୍କ ପିଠିରେ ଲଦା
କିଶୋର କିଶୋରୀଙ୍କ ସବାର ।

ଏମିତି ଭିଡ ଭିତରେ
କେବେ ବାରି ହୁଏନା
କେତେ ବଦଳି ଯାଇଛି 
ପୃଥିବୀ, ଭୂମିକମ୍ପରେ
କେତେ ଘୁଞ୍ଚିଛି ଅକ୍ଷ ପଥରୁ 
ସୁନାମୀ ପୋଛି ନେଇଛି
କେତେଥର ସ୍ବପ୍ନର ଅମାରତ,
ପରାହତ ମଣିଷ ମନର ରଂଗ ।

କେହି କେବେ ଦେଖିଛି ଚୁଟିରେ
ରଂଗ ମାଖି ବେଳାଭୂମିକୁ ଅ।ସି
ପିକନିକ କରୁଥିବା ବରିଷ୍ଠ 
ନାଗରିକଙ୍କ କବିତା ପାଠ,
ସିମେଣ୍ଟ ବେଞ୍ଚରେ ଶୋଇ
କେହି କେହି ସାଦ କାଗଜରେ
ଅ।ଙ୍କୁଥିବେ ପ୍ରିୟତମାର ଚିତ୍ର ।
ସମୁଦ୍ର ମାୟାରେ ବିଭୋର, ସୌନ୍ଦର୍ଯ୍ୟ
ପାଗଳ ମଣିଷ ଧାଇଁ ଧାଇଁ ଖୋଜୁଥିବେ
ଲହରୀର ଭିଜା ଭିଜା ପରସ ।
ନା ମନେ ପଡୁଥିବ ତେଲଲୁଣର
ସଂସାର, ନା ଅସ୍ତିତ୍ବର ବାସ୍ତବତା,
ଅ।ଖିରୁ ବୋହିଯାଇଛି କେତେ 
ଲୁଣିଅ। ଲୁହ।

ମାଛ ମାରି ସଂଧ୍ୟାରେ ଫେରିଥିବା
ନୋଳିଅ। ବ୍ୟସ୍ତ କିଣାବିକାରେ
ଘରକୁ କିଣିନେବାକୁ ଜିଇବାର ସ୍ବପ୍ନ ।
ବୁଝେନା ସେ 'ଜୀବନ' କେତେ ବାଜି
ଲଗାଇ ଖେଳେ ଦୁଃଖି ମଣିଷ ସହ
ଚଗଲା ଲହରୀ ଭଳି ।
ଅନିଶ୍ଚିତ ଭବିଷ୍ୟକୁ ନେଇ ଗଭୀର ସମୁଦ୍ରକୁ 
ଯିବାବେଳେ ନା ମନେପଡେ
ପଛରେ ଛାଡିଯାଉଥିବା ଚାଳିଅ। ଘରେ 
ପତ୍ନୀ ଓ ପିଲାଙ୍କ ଶୁଖିଲା ମୁହଁର ହସ ।
ନା ଜଣାଥାଏ ପାଣିପାଗର ପୂର୍ବାଭାସ
ନା ଜାଲରେ ପଡିବେ କି ନାହିଁ ମାଛ।
ହୃଦୟରୁ ଖାଲି ଅନୁଚ୍ଚାରିତ ହେଉଥାଏ
ଶବ୍ଦଟିଏ " ଜୟ ଜଗନ୍ନାଥ" ।

ସମୁଦ୍ରକୁ ପଚାରିବାକୁ ଇଛାହୁଏ
ଦାନାପାଣି, ଶ୍ବାସତ ଅ।ନନ୍ଦ ଦେଇ କାହିଁକି
କୂଳ ଲଂଘି ଦୁଃଖ ଦିଏ, ଲହରୀକୁ ଫଙ୍ଗିଲେ 
ଯାହା କଛି କାହିଁକି ଫେରାଇଦିଏ ।
କେମିତି କେଉଁଠୁ ସେ ବୋହି ଅ।ଣିଥିଲା
ଦାରୁଗଣ୍ଡି ଅଧାଗଢା ଠାକୁରଙ୍କର ।
କେମିତି ବଟପତ୍ରରେ ଭାସି ଅ।ସିଥିଲେ
ସପ୍ତଋଷି ଖୋଜିଖୋଜି ସଂସାରର ପଥ ।

ସମୁଦ୍ରକୁ ଚାହିଁଲେ କାହିଁକି ମୋତେ
ଦିଶିଯାଏ ଦୂର ଅତୀତରେ ସୌଦାଗର
ଦେଖିଥିବା ଭାସମାନ ପଦ୍ମଫୁଲ
ମିଛ ମ।ୟାର ରୂପକଳ୍ପ !! କେହି ଜଣେ
ବହୁ ଦୂରରୁ ଛାଇ ପରି ଧଳାଶାଢି ପିନ୍ଧି
କେମିତି ଚାଲି ଚାଲି ଅ।ସୁଥାଏ ଢେଉ
ଉପରେ । ଢେରେ ରାତି ଯାଏ 
କାହିଁ ତ କେହି ଅ।ସେନି କୂଳକୁ ।
ମୁଁ ଚାହିଁ ବସିଥାଏ ସମୁଦ୍ରକୁ ଏକାଏକା !!
ଶୀତଳ ଲୁଣି ପବନରେ ଭାସି ଅ।ସୁଥିବା
ଲହରୀ ଛିଟିକା ଛୁଇଁ ଛୁଇଁ
ଭିଜାଉଥାଏ ମୋ ଦେହ ।।



Rate this content
Log in

Similar oriya poem from Classics