ବେଳ ନାହିଁ ଆଉ ସରିଲା ଖେଳ
ବେଳ ନାହିଁ ଆଉ ସରିଲା ଖେଳ
ପିଲା ଦିନ କଥା ପଡଇ ମନେ
କେତେ ହସ ଖୁସି ରସ ଉନ୍ମନେ ।
ଚଳି ଆସିଥିବା ସମୟ କଥା
ଭାବିଲେ ଘୁରାଇ ଦେଉଛି ମଥା ।
ଅତୀତ ଅବସ୍ଥା ବ୍ୟବସ୍ଥା ଚିନ୍ତା
ସପନ ସାଉଁଟି କଳ୍ପନା ସର୍ତ୍ତା ।
ଅବସ ରେ ଆଜି ଏ ଅବଶୋଷେ
ଭାବିଲା ବେଳକୁ ଅନ୍ଧାର ଦିଶେ ।
ଖେଳ କଉତୁକ, ଖୁସି ମଉଜ
ଉଲ୍ଲାସ ମଉଳି ଯାଇଛି ଆଜ ।
ଜୀବନ ହୋଇଛି କଣ୍ଟକ ଶେଯ
ଅବସୋଷେ ପ୍ରାଣ ହୁଏ ଅଧୈଯ୍ୟ ।
କେତେ କେତେ ଖେଳ ଇଙ୍କିଡି ମୀଙ୍କିଡି
ପିଲା ମେଳେ ଖେଳି ଡାଳ ମାଙ୍କୁଡ଼ି ।
କବାଡି, ଫୁଟ୍ ବଲ, ପୁଚି ଇତ୍ୟାଦି
ବେଳ ନାହିଁ ଆଉ ହଜିଛି ଆଜି ।
ବୋହୂ ଚୋରୀ ଖେଳ, ଆଲି ଓ ନଟୁ
ପିଲା ଦିନ ଧରି ଯେ ଖେଳୁ ଥିଲୁ ।
ଧାଇଁ ଘୁଡୁଘୁଡ଼ି, କି ଲୁଚକାଳି
ଖେଳିବାର ର ମଜା ନିଆରା ଖେଳି ।
ଶରୀର ବ୍ୟାୟାମ ହୁଅଇ ଯହିଁ
ମନ ପ୍ରଫୁଲ୍ଲିତ ହୋଇ ଉଠଇ ।
ଘରେ ଓ ବାହାରେ ଯେଉଁଠି ଯହିଁ
ଏବେ ଖେଳିବାକୁ ବେଳ ତ ନାହିଁ ।
ମୋବାଇଲ୍ ଆଜି ସବୁଠି ଦେଖ
ଧରି ତାହା ନିତି ଖେଳନ୍ତି ଲୋକ ।
ଛୁଆ, ବୁଚା, ବୁଢ଼ା ବୁଢ଼ୀ ସଭିଙ୍କୁ
ଅଡୁଆ ସୂତା ରେ ଗୁନ୍ଥିଛି ଦେଖୁ ।
ସଭିଏଁ ଖେଳନ୍ତି ତାହାକୁ ଧରି
ଦେଖି ଲାଜେ ହସ ଆସେ ବାହାରି ।
ହଜାର ହଜାର ଖେଳ ତହିଁ ରେ
ଭର ପୁର ଅଛି ଆପ ଆକାରେ ।
ଗେମ୍ ଆପ୍ ଭାବେ ଭବେ ବିଖ୍ୟାତ
ତହିଁ ରେ ଏ ଲାଗେ ଖେଳନ୍ତି ଛାତ୍ର ।
ସାଧାରଣ ଖେଳେ ନାହିଁ ସମୟ
ବେଳ ନାହିଁ ଆଉ ସରିଲା ଖେଳ ।
ଧନ୍ୟ ଧନ୍ୟ ଏଇ ଏ ମୋବାଇଲ
ଯହିଁ ଚାହଁ ତହିଁ ଖେଳି ପାରିଲ ।
ତାହାକୁ ଛାଡ଼ି କି ରହି ହୁଅଇ
ଲୋକହସା ସେହି ନିତି କରଇ ।
ଖେଳନ୍ତି ନି ଖେଳ ତାବିନା କେହି
କହନ୍ତି ଆମର ବେଳ ତ ନାହିଁ ।
ଫଗୁଣ ରେ ଆଜି ଦୋଳ ପୂର୍ଣ୍ଣମୀ
ବେଳ ନାହିଁ ରଙ୍ଗ ଖେଳିବା ପାଇଁ ।
ମୋବାଇଲ୍ ଧରି ନିତି ଖେଳନ୍ତି
ଗେମୀଙ୍ଗି ଆପ ରେ ମାତି ରହନ୍ତି ।
ଦୃଷ୍ଟି ଶକ୍ତି କ୍ରମେ କମି ଆସଇ
ଦେହ ର ବ୍ୟାୟାମ ହୁଅଇ ନାହିଁ ।
ବହୁତ ଅନିଷ୍ଟ ସାଧିତ କରି
ଦେଇଛି ସେ ସବୁ ସମୟ ସାରି ।
ବେଳ ନାହିଁ ଆଉ ସରିଲା ଖେଳ
ନିଜ ନିଜ ବୋଝ ବାନ୍ଧିଣ ଚଳ ।