STORYMIRROR

DR PRASANTA KUMAR BISWAL

Classics Inspirational

3  

DR PRASANTA KUMAR BISWAL

Classics Inspirational

ବେଦରଦୀ ମଣିଷ

ବେଦରଦୀ ମଣିଷ

1 min
157

ହା' ଅନ୍ନ ରୁ ଶାସ୍ତି ଯାଏ

ପ୍ରତିଟି ପୃଷ୍ଠାରେ

ଯେବେ ଆଖି ପହଁରିଯାଏ,

ନ"ଅଙ୍କ ଦୁର୍ଭିକ୍ଷର ଆଁ ଭିତରେ

ଛଟପଟ ହେଉଥିବା ଜୀବନକୁ ଦେଖିଲେ

ଥରି ଉଠେ ସମଗ୍ରଶରୀର ଅଜଣା ଆତଙ୍କରେ ।

ପଲ୍ଲୀ ଠୁ ଦିଲ୍ଲୀର

ଭୟ ଆଜି ନିଶ୍ବାସ ବନ୍ଦ ହେବାର,

ସବୁଠି କରୁଣ ଆକୁଳ ଚିତ୍କାର,

କବାଟ ଖୋଲିଲେ ପାଦ ଅଟକି ଯାଉଛି,

ଫେରିବାର ଆସ୍ଥା ମଉଳି ଯାଉଛି,

ଫୁଲ ବି ଆଜି ଫୁଟୁନି 

ବିଶ୍ବାସର ସବୁଜ ଲତାରେ

ଦେହ ମନ ନିରବ ନିଥର

ପୁଲକିତ ହେଉନି ତନ୍ତ୍ରୀ ପ୍ରାଣର

ଚୌହଦୀରେ ମହାମାରୀ ଭୁତାଣୁର ଡର

କଳାଛାଇ ଭୂତପରି ମାଡିବସିଛି ସେ

ପ୍ରତିଟି ପ୍ରାଣରେ

ଭେଣ୍ଡିଆ ପୁଅପାଇଁ ବାପ ଝୁରୁଛି

ମୃତ ମା"କୋଳେ ଶିଶୁଟି ରାହା ଛାଡୁଛି

ପୁରା ସଂସାର କରୋନାର ଲହଲହ ଜିହ୍ବାରେ ଆକ୍ତାମାକ୍ତା ହେଉଛି

TV ଠୁ ଆରମ୍ଭ କରି ସ୍ବର୍ଗଦ୍ବାର ଯାଏଁ

ଦରପୋଡା ମଣିଷର ଗନ୍ଧ

ନ' ଅଙ୍କ ଦୁର୍ଭିକ୍ଷ ଠୁ ବଳିଯାଇଛି ।

ଜୀବନ ମୃତ୍ୟୁର ଲୁଚକାଳି ରେ

ଟୋପାଏ ଜୀବନ ଲାଗି ତ୍ରସ୍ତତା ଭିତରେ

ମଣିଷ ଅପାରଗ ବୁଝିବାକୁ ମଣିଷର ବାଣୀ

ଦରଦରେ ବୁକୁ ଫାଟିପଡୁ ଥିବା ବେଳେ

ଅମୃତସ୍ୟ ପୁତ୍ରାଃ ଆଜି ବେଦରଦୀ ପ୍ରାଣୀ

"ପାଣିରେ କୁମ୍ଭୀର,ବାଘ କୂଳରେ,"

କବଳିତ ମୃତ୍ୟୁର ପଞ୍ଝାରେ,

ତଥାପି ମଣିଷ 

ଅମ୍ଳଜାନରୁ ମୁନାଫା ନେଇ

ଅବା ଭେଜାଲ ଔଷଧ ବନାଇ

ବ୍ୟଗ୍ର ତାର ତୋଷ କରିବାକୁ

ଇନ୍ଦ୍ରିୟ ଲାଳସାର,

ଖାଲି ଆସିଥିଲା ଯିବ ପୁଣି ଖାଲିରେ

ବୃଥା ଲୋଭ ମୋହ ମାୟା

କେବେ ବୁଝିବ:::?

ମାଟି ଘଟ ମିଶିବ ମାଟିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics