STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ବଦନାମ ଗଳି

ବଦନାମ ଗଳି

1 min
1.3K


ମୁଁ ଥରେ ଦେଖିଲି ଏକ ଝିଅ କୁ

ତାର ମନ ରେ ଥିଲା କିଛି କଥା କହିବାକୁ

ପଚାରିଲି କିଏ ତୁମେ ତୁମ ପରିଚୟ ଦିଅ

କହିଲା ମୋତେ ବଦନାମ ଗଳି ର ସେ ଝିଅ

ତା ଆଖିରୁ ଝରି ଆସିଲା ଦୁଇ ଟୋପା ଲୁହ

ସେ ଲୁହ ରେ ଥିଲା ଦୁଃଖ ଯାତନା ର କୋହ

ଗରିବ ଘରେ ସେ ଝିଅ ହୋଇ ଜନ୍ମ ନେଲା

ପିତା ମାତାଙ୍କ ର ବୋଝ ସେ ପାଲଟି ଗଲା

ତା ବାପା ମାଆ ତାକୁ ନେଲେ ଏକ ଗହଳି ଜାଗାକୁ

ଛାଡି ଦେଇ ଚାଲି ଗଲେ ସେହି ଝିଅ କୁ

ପେଟ ପାଇଁ ସିଏ ଦୁଆର ଦୁଆର ବୁଲିଲା

ପେଟ ପାଇଁ ଦାନା ପିନ୍ଧିବାକୁ କନା ସେ ନ ପାଇଲା

ଅନେକ ଲୋକ ତା ଉପରେ ଅତ୍ୟାଚାର କଲେ

କିଏ ମାଡ଼ ପୁଣି କିଏ ଗାଳି କେତେ ଦେଲେ

ଶେଷରେ ହୋଇଗଲା ସେ ବଦନାମ ଗଳି ର ସୁନ୍ଦରୀ

ସଭିଏଁ କହିଲେ ତାକୁ ସେ ଏକ କଳଙ୍କିନୀ ନାରୀ

କେତେ ଲୋକ ତାର ପାଖକୁ ଆସିଲେ

ହେଲେ କେହି ତାର ମନ ନେଇ ନ ପାରିଲେ

ସେ ଝିଅ ପିନ୍ଧି ପାରିଲାନି କାହାର ପବିତ୍ର ସିନ୍ଦୁର କୁ

ସବୁ ଦିନ ପାଇଁ ଦେହ ରେ ଧରିଲା କଳଙ୍କ ପଦକୁ

ଦେହଜୀବି ହୋଇ ତା ଜୀବନ କାଟିଲା

ପେଟ ପାଇଁ ସିଏ ବଦନାମ ଗଳି ର ଝିଅ ହୋଇଲା

କହେ ସେ ଝିଅ ଭଗବାନ ଙ୍କୁ

ଆଉ ଝିଅ ହୋଇ ଆସିବିନି କାହା କୋଳକୁ

ଝିଅ ହେଲି ବୋଲି ଏତେ ଦୁଃଖ ସହିଲି

କାହା ଘର ବୋହୁ ହୋଇ ନ ପାରିଲି

ଝିଅ ବୋଲି ପିତା ମାତା ପର କରିଦେଲେ

ଝିଅ ର ମହତ୍ତ୍ବ ସେ କେବେ ନ ବୁଝିଲେ

ଝିଅ ନୁହେଁ କାଚ କି କଣ୍ଢେଇ

ଝିଅ ଆସିଛି ଲକ୍ଷ୍ମୀ ରୂପ ହୋଇ

ଝିଅକୁ କେବେ ପର ନ ଭାବିବ

ଝିଅ ଆଖିରେ କେବେ ଲୁହ ନ ଦେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational