STORYMIRROR

Jyotsnarani Panda

Tragedy

3  

Jyotsnarani Panda

Tragedy

ବଦନାମ୍ ଗଳି

ବଦନାମ୍ ଗଳି

1 min
216

ବିତିଗଲାଣି କେତେ ଶୀତ 

କେତେ କେତେ ବସନ୍ତ 

ମୁଁ କିନ୍ତୁ ଭୁଲିପାରୁନି ସେ କ୍ଷତାକ୍ତ ଅତୀତ 

ସେ ଦଗ୍ଧ ମୁହୂର୍ତ୍ତ 


ପ୍ରତି କ୍ଷଣେ ଅନୁକ୍ଷଣେ

ଯିଏ ଦଂଶୁଛି ମୋ 

ସ୍ୱାଭିମାନକୁ 

ମୋ ଆତ୍ମମର୍ଯ୍ୟାଦାକୁ 


ନାରୀର ସେହି ଶ୍ରେଷ୍ଠ 

ସନ୍ତକ ସତୀତ୍ଵକୁ ....


କେମିତି କହିବି କେତେ

ଯନ୍ତ୍ରଣାରେ ଆଉଟି ହେଉଛି 

କେତେ ବେଦନା ମୋ ଛାତି ଭିତରେ ଢେଉ ଭାଙ୍ଗୁଛନ୍ତି 


ମତେ ଲହୁଲୁହାଣ କରି

ରକ୍ତାକ୍ତ କରନ୍ତି 


ପ୍ରତିଟି ନିର୍ଜନ ରାତ୍ରିରେ 

ନିରୋଳା ମୁହୂର୍ତ୍ତରେ 

ମୋ ଆଖି ସାମ୍ନାକୁ 

ଧିରେ ଧିରେ ଆସେ 

ସେଇ ଭୟଙ୍କର 

ଛାତିଥରା ଦୃଶ୍ୟଗୁଡିକ .....


ସେଇ କରୁଣ ନାଟକର 

ମୁଁ ଯେ ଏକ ଦୁଃଖିନୀ 

ନାୟିକା 

ବେଳେବେଳେ ବିଶ୍ୱାସ ହୁଏନି 


ମୋ ସହିତ ଏମିତି 

ଦାରୁଣ ନିଷ୍ଠୁର କ୍ରିୟା ସଵୁ କେମିତି ଘଟିଗଲା ...


ସେଇ ମାଂସଲୋଭୀ କୁକୁର ଠାରୁ ଵି ହୀନ ଥିଲେ

ପୁଳା ପୁଳା କରି ଝୁଣିଥିଲେ ସେଇ କଅଁଳ ଝିଅଟିର ଅବଶ ଅଙ୍ଗପ୍ରତ୍ୟଙ୍ଗକୁ ତାଙ୍କର ତୃପ୍ତି ମେଣ୍ଟାଇଵା ଯାଏଁ ...


ସେ କାଳ ରାତ୍ରୀ

ସେ ଘନ ତମିସ୍ରା 

ସେ ଶେଫାଳି 

ସେ ରଜନୀଗନ୍ଧା 

ସେ ଅମାବାସ୍ୟାର 

କୁହୁଳା ଜହ୍ନ 


ସମସ୍ତେ ମୂକସାକ୍ଷୀ ଥିଲେ 

ସେ ଘଟଣାର 

କିନ୍ତୁ ନାଚାର ଅସହାୟ ...


ସମସ୍ତେ ଏଠି 

ପଇସାର ଗୋଲାମ 


ଆଇନ୍ କାନୁନ୍ 

ଧର୍ମ ନ୍ୟାୟ 

ସମାଜ ସାଥି 

ସଵୁ ଏଠି ପ୍ରହସନ ..


ଏ ଦୁଆର ସେ ଦୁଆର 

ଏ ଓକିଲ ସେ ସାକ୍ଷୀ 

ଏମିତି ଘୂରିଘୂରି 

ପାଦ ତାର ଥକିପଡେ ...


ନୈରାଶ୍ୟର ନିଆଁ ଭିତରେ ଝାସ ଦେଉ ଦେଉ 

କିଏ ଯେମିତି ତାକୁ 

ଭିଡି ଧରେ 


ଛାତି ଭିତରେ କୁଢ କୁଢ ଯାତନାକୁ ଖୁନ୍ଦି ଦେଇ 


ଚିର ଅଲୋଡା 

ଅଭାଗିନୀଟିଏ ପରି 

ରହିଯାଏ 

ସେଇ କଳଙ୍କିତ 

ଅନ୍ଧାରୀ ମୂଲକର 

ବଦନାମ ଗଳିରେ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy