STORYMIRROR

Sanjukta Rout

Inspirational

3  

Sanjukta Rout

Inspirational

ବଧୂ

ବଧୂ

1 min
256

ଦୁହିତା ଜନମ ଦୁଇ କୁଳ ହିତା 

  କେବେ ଖରା କେବେ ଛାଇ 

ସଂସାର ଭିତରେ ଘର କରିଥିଲେ 

    ପଥର ପଡିଲେ ସହି   


ଦୁହିତା ଭଗିନୀ ଜାୟା କୂଳବଧୂ 

   ଜନନୀ ରୂପଟି ତୋର 

ସବୁରି ମନକୁ ନେଇ ଘର କଲେ 

   ସଂସାର ହୁଏ ସୁନ୍ଦର    


ମନରେ କପଟ ନ କରି ଉଚ୍ଚାଟ 

    ସହି ସବୁ ସୁଖ ଦୁଃଖ 

ସଭିଁଙ୍କୁ ନିଜର କରିବା ଶିଖିଲେ 

   ଜୀବନେ ମିଳଇ ସୁଖ    


ଶାଶୁ ଶଶୁରଙ୍କୁ ମାଆ ବାପା ଭାବି 

   ହୃଦୟରେ ସ୍ଥାନ ଦେଲେ 

ଚଳନ୍ତି ଠାକୁର ସଂସାରରେ ସିଏ 

   କୋଟି ପୂଣ୍ୟ ଫଳ ମିଳେ   


ନଣନ୍ଦଙ୍କୁ ଯିଏ ଭାବଇ ଭଉଣୀ 

   ଦେବରକୁ ନିଜ ଭାଇ 

ଦେଢ଼ଶୁରଙ୍କୁ ଯେ ପିତୃ ତୁଲ୍ୟ ମଣେ

    ଅଖଣ୍ଡ ସୁଖ ଭୋଗଇ    


ସ୍ଵାମୀକୁ ଭାବଇ ପରମ ଈଶ୍ଵର 

   ବନ୍ଧୁ ସଖା ସହୋଦର 

ଅହିସୁଲକ୍ଷଣୀ ଅଟେ ସେହି ନାରୀ 

   ସୁନ୍ଦର ତା'ର ସଂସାର   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational