ବଧୂ
ବଧୂ
ଦୁହିତା ଜନମ ଦୁଇ କୁଳ ହିତା
କେବେ ଖରା କେବେ ଛାଇ
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି
ଦୁହିତା ଭଗିନୀ ଜାୟା କୂଳବଧୂ
ଜନନୀ ରୂପଟି ତୋର
ସବୁରି ମନକୁ ନେଇ ଘର କଲେ
ସଂସାର ହୁଏ ସୁନ୍ଦର
ମନରେ କପଟ ନ କରି ଉଚ୍ଚାଟ
ସହି ସବୁ ସୁଖ ଦୁଃଖ
ସଭିଁଙ୍କୁ ନିଜର କରିବା ଶିଖିଲେ
ଜୀବନେ ମିଳଇ ସୁଖ
ଶାଶୁ ଶଶୁରଙ୍କୁ ମାଆ ବାପା ଭାବି
ହୃଦୟରେ ସ୍ଥାନ ଦେଲେ
ଚଳନ୍ତି ଠାକୁର ସଂସାରରେ ସିଏ
କୋଟି ପୂଣ୍ୟ ଫଳ ମିଳେ
ନଣନ୍ଦଙ୍କୁ ଯିଏ ଭାବଇ ଭଉଣୀ
ଦେବରକୁ ନିଜ ଭାଇ
ଦେଢ଼ଶୁରଙ୍କୁ ଯେ ପିତୃ ତୁଲ୍ୟ ମଣେ
ଅଖଣ୍ଡ ସୁଖ ଭୋଗଇ
ସ୍ଵାମୀକୁ ଭାବଇ ପରମ ଈଶ୍ଵର
ବନ୍ଧୁ ସଖା ସହୋଦର
ଅହିସୁଲକ୍ଷଣୀ ଅଟେ ସେହି ନାରୀ
ସୁନ୍ଦର ତା'ର ସଂସାର
