STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ବଢ଼ି ବାତ୍ୟା ର ପିଲା ଟିଏ

ବଢ଼ି ବାତ୍ୟା ର ପିଲା ଟିଏ

1 min
247


ଆଜି ବି ସେ କଥା ମୋ ମନୁ ଲିଭି ନାହିଁ

ଯେବେ ବନ୍ୟା ବାତ୍ୟା ଆସିଥିଲା ସାଗର କୂଲ ଡେଇଁ

ବାତ୍ୟା ଆସି ଦାରୁଣ ଦୁଃଖ ଦେଇ ଗଲା

କେତେ ଗାଁ ବନ୍ୟା ରେ ଜଳ ବନ୍ଦୀ ହୋଇ ରହିଲା

ବାତ୍ୟା ର ତାଣ୍ଡବ ସଭିଙ୍କୁ ଦେଲା ଥରାଇ

କେତେ ଗଛ ଦେଲା ସେ ଉପୁଡେଇ

ବାତ୍ୟାରେ କାହା ଘର ଭାଙ୍ଗି ଗଲା

ପୁଣି କିଏ ଭୋକ ଉପବାସରେ ଦିନ କାଟିଲା

କାହାର ପିନ୍ଧି ବାକୁ ବସ୍ତ୍ର ରହିଲା ନାହିଁ

କେ ଖାଇବାକୁ ମୁଠେ ଅନ୍ନ ମାଗେ ହାତ ପତେଇ

ଛୋଟ ପିଲା ଙ୍କ ପାଠ ପଢା ବନ୍ଦ ହୋଇଲା

ଦାରୁଣ ବିପତ୍ତିର ବେଳା ସେ ହୋଇ ଥିଲା

ବିଜୁଳି ତାର ସବୁ ଛିଡ଼ି ଯାଇ ଥିଲା

ବନ୍ୟା ବାତ୍ୟାରେ ପୁରା ଗାଁ ଅନ୍ଧକାର ଥିଲା

ପ୍ରଳୟ ସମୟ ସେ ସଭିଙ୍କ ପାଇଁ ହୋଇ ଥିଲା

କେତେ ନିରୀହ ଜୀବନ ବନ୍ୟା ବାତ୍ୟାରେ ଯାଇ ଥିଲା

ଛ ମାସ ର ଶିଶୁ ଟିଏ ଦିନେ ବାଲିରେ ଖେଳୁ ଥିଲା

କେଜାଣି କେମିତି ଈଶ୍ୱରଙ୍କ ଚ଼ମତ୍କାର ଘଟି ଥିଲା

ସେହି ଶିଶୁ ପିତା ମାତାଙ୍କୁ ହରାଇ ଥିଲା

ତଥାପି ଗୋରା ଦେହେ ସେ ଖିଲି ଖିଲି ହସୁ ଥିଲା

ଗାଁ ଲୋକେ ଦେଖି ହୋଇଲେ ଚକିତ

ଭାବିଲେ ଏ କି ଆଜି ହୋଇଲା ବିପରୀତ

ଯୁବା,ବୃଦ୍ଧଙ୍କ ଅମୁଲ୍ୟ ଜୀବନ ବନ୍ୟା ବାତ୍ୟା ନେଲା ଛଡାଇ

ଏକ ଛୋଟ ଶିଶୁ କିପରି ପ୍ରାଣ ଧରି ବଞ୍ଚଇ

ଏକ ଅନାଥ ଆଶ୍ରମେ ଶିଶୁ ଟି ରହିଲା

ପାଠ ପଢି ସେ ବଡ଼ ମଣିଷ ହୋଇଲା

ସେହି ଶିଶୁ ଏବେ ବଡ଼ ହୋଇ ଯାଇଛି

ହାକିମ ହୋଇ ସେ ଆଗେଇ ଆସିଛି

ଈଶ୍ୱର ଙ୍କ କରୁଣା ଯେବେ ହୋଇବ

ବଢ଼ି ବାତ୍ୟା ରୁ ନିରୀହ ପ୍ରାଣ ବଞ୍ଚିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics