STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

ବଡଦିନର ବଡ ଗୁମର କଥା

ବଡଦିନର ବଡ ଗୁମର କଥା

2 mins
128


ଯୁଗେ ଯୁଗେ ସତ୍ଯର ପ୍ରତିଷ୍ଠା ଲାଗି ଭଗବାନ 

ଯୁଗ ପୁରୁଷଙ୍କୁ ଜନ୍ମ ଦେଇ କରନ୍ତି କଲ୍ୟାଣ।


ସତ୍ଯ ତ୍ରେତୟା ଦ୍ବାପର କଳିଯୁଗେ ଅବତାର 


ବିଷ୍ଣୁ ରାମ କୃଷ୍ଣ କଳ୍କି ଭିନ୍ନାଭିନ୍ନ ରୂପ ସମ୍ଭାର। 


ହେ ଯୁଗାବତାର ସତ୍ଯନିଷ୍ଠ ପ୍ରୀୟ ଯୀଶୁଖ୍ରୀଷ୍ଟ


ସମର୍ପି ପ୍ରାଣ  ସତ୍ଯର  ବିଜୟ  କଲ  ନିର୍ଦ୍ଦିଷ୍ଟ । 


ପଚିଶ  ଡିସେମ୍ବର  ଧରାପୃଷ୍ଠ ରେ  ଅବତରି 


ଏ ସଂସାରକୁ ତୁମ ସତ୍ଯ ନୀତି ଦେଲ ବିତରି। 


ପିତା ଜୋସେଫ ଓ ମାତା ମରୀୟମ୍ ଗର୍ଭୁ ଜାତ 


ଶୁକ୍ରବାର ଦିନ ମେଣ୍ଢାଶାଳ କଲ ଆଲୋକିତ ।


ତୁମ୍ଭ ନାମ ସଙ୍ଗେ ମାତାଙ୍କ ନାମ କଲ ବିଖ୍ୟାତ 

ମାତା ସ୍ନେହପ୍ରେମେ ମେରୀଖ୍ରୀଷ୍ଟମାସ ପ୍ରଚାରିତ। 


ଜେରୁଜେଲମର ମେଣ୍ଢାଶାଳେ ହୋଇଲ ଉଦୟ

ସତ୍ଯ ଶାନ୍ତି ଦୟା କ୍ଷମା ଅହିଂସାର ପରାଭୟ ।


ଏହି ଦିନକୁ ମେରୀ ଖ୍ରୀଷ୍ଟମାସ କୁହନ୍ତି ସର୍ବେ 

ପ୍ରସିଦ୍ଧ ପୁଣି ବଡଦିନ ଓ ଏକ୍ସ ମାସ ଭାବେ।


ତବ ଆଶୀର୍ବାଦେ ଭୂତପ୍ରେତ ନ ମାଡନ୍ତି ପାଖ

କୁଷ୍ଠ କୁ ଶୁଚି ବଧିର କୁ ଶ୍ରବଣେ କଲ ସଶକ୍ତ ।


ମାନବ ରୂପେ ଜନ୍ମି ଉଦ୍ଧାରିଲ ସାରା ଜଗତ 

ଅନ୍ଧକୁ ଦୃଷ୍ଟି ଖଞ୍ଜକୁ ଜଷ୍ଠି ଦେଇ କଲ ସୁସ୍ଥ ।


ସତ୍ଯ ଶାନ୍ତି ଦୟା କ୍ଷମା ଅହିଂସା ମାର୍ଗ ଦର୍ଶକ 

ତବ ମାର୍ଗେ ଚଳି ନପାରିଲେ ରୋମୀୟ ଶାସକ। 


ବିନା ଦୋଷେ ଯୁବା ବୟସରେ କଲେ କୃଶବିଦ୍ଧ 

ହସି ହସି  ବରିଲ  ଅସହ୍ଯ  ଯନ୍ତ୍ରଣାର  ସ୍ବାଦ । 


ହସ୍ତ ପାଦ ଏବଂ ଛାତିରେ କୃଶବିଦ୍ଧ ହୋଇଣ 

କ୍ଷମାଗୁଣେ ମୁକ୍ତିଦେଲ ହେ ଯୀଶୁ ଅଜ୍ଞାନ ଜନ । 


ତୁମ୍ଭରି ମୁଖ ନିଃସୃତ ବାଣୀ ବାଇବେଲ କ୍ଷାତ

ଗୀର୍ଜାଘରେ ଉପାସନା କରି ଜନେ ପାପ ମୁକ୍ତ। 


ପବିତ୍ର ବଡ଼ ଦିନ ପର୍ବ ଗୀର୍ଜ ଘର ସଜ୍ଜିତ 

ଖିଷ୍ଟିଆନ ଭାଇଭଉଣୀ ଆମୋଦେ ପ୍ରମୋଦିତ।


ଆଜି ଠାରୁ ଦିବସ ହୁଏ ବଡ ବିଜ୍ଞାନ ମତ 

ରାତ୍ରିର ଅବଧି ଧିରେଧିରେ ହୋଇଥାଏ ଛୋଟ।



Rate this content
Log in

Similar oriya poem from Abstract