ବଡ ଦେଉଳ
ବଡ ଦେଉଳ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଦେଉଳ ଉପରେ ଉଡୁଛି ବାନା,
ବଖାଣେ ଧର୍ମର ବିଜୟ ଗାନା।
ଦେଉଳ ଭିତରେ ବଡ ଠାକୁର,
ରଖନ୍ତି ଖବର ସାରା ସଂସାର ।
ମନ୍ଦିର ଦର୍ଶନେ ମିଳଇ ଶାନ୍ତି,
ପ୍ରାର୍ଥନାରୁ ବଢେ ମନର ଶକ୍ତି ।
ଜନ୍ମ ଦିନ ହେଉ କି ପୂଣ୍ୟ ତିଥି,
ଦୀପ ଜାଳି ଆମେ କରୁ ଭକତି।
ଦିନ ଥିଲା ଆମ ଓଡିଆ ଜାତି,
ମନ୍ଦିର ଗଢାରେ ଥିଲା ସୁଖ୍ୟାତି।
ମନ୍ଦିର କହେ ସେ ଆମ ସଂସ୍କୃତି,
ଦୟା,ଧର୍ମ ଭାବ ଶିଖାଏ ନିତି।